ଜଗତସିଂହପୁର ଠାରେ କୃଷକ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ।

0 338

ଜଗତସିଂହପୁର -୨୫/୦୯(ପିପିଟି) ଜଗତସିଂହପୁର ଠାରେ ସର୍ବଭାରତୀୟ କୃଷକ ଓ ଶ୍ରମିକ ସଂଗଠନ ଦ୍ଵାରା ଡାକରା ଦିଆଯାଇଥିଵା ପ୍ରତିବାଦ ଓ ପ୍ରତିରୋଧ ଦିବସ ରେ ଅଖିଳ ଭାରତୀୟ କୃଷକ ସଂଗଠନ, ସିଆଇଟିୟୁ,ଏଆଇଟିୟୁସି, ସର୍ବଭାରତୀୟ ଶ୍ରମିକ ସଂଗଠନ ତଥା ସିପିଆଇ ଦଳର ସମର୍ଥକ ମାନେ ଜଗତସିଂହପୁର ସଦର ମହକୁମା ସ୍ଥିତ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଶାନ୍ତିପୁର୍ଣ୍ଣ ଭାବେ ପ୍ରଦର୍ଶନ କରିଥିଲେ । ଏଥିରେ ଅଖିଳ ଭାରତୀୟ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ବାଇଁ, ସିପିଆଇ ଜିଲ୍ଲା ସଂପାଦକ ଅଭିଜିତ ସାହୁ, ଏଆଇଓ୍ବାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଜିଲ୍ଲା ଆବାହକ ରୋଜାଲିନ୍ ଦାଶ, ଅଖିଳ ଭାରତୀୟ କୃଷକ ସଭା ଜଗତସିଂହପୁର ଜୋନାଲ କମିଟି ସଂପାଦକ ନଟବର ନାୟକ, ଏଆଇଟିୟୁସି ଜିଲ୍ଲା ଉପସଭାପତି ସୋମନାଥ ଗିରି ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସଙ୍ଗେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନିଆଁ ଜଳାଇ ଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.