ହିଞ୍ଜିଳିକାଟୁ :-ତା ୨୫/୦୯(ପିପିଟି), ହିଞ୍ଜିଳି ପୋଲିସ ପୃଥକ ପୃଥକ ଜାଗାରେ ଚଢ଼ାଉ କରି ଜୁଆ ଖେଳୁଥିବା ସମୁଦାୟ ୨୬ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ନଗଦ ୧ଲକ୍ଷ ୬୭ହଜାର ୩ସହ ଟଙ୍କା ୧୭ଗୋଟି ମୋବାଇଲ ଓ ୧୨ଟି ମୋଟର ସାଇକେଲ ଜବତ କରିଛି ।ଘଟଣା କ୍ରମେ ପୂର୍ବ ସୂଚନାକୁ ଭିତି କରି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ମିଳିତ ଟିମ ଜରିଆରେ ବିଭିନ୍ନ ଜୁଆ ଆଡା ଉପରେ ଚଢ଼ାଉ କରାଯାଇଥିଲା ।ରାଳବ ପଞ୍ଚାୟତ ଓ ପୋଚିଲିମା ପଞ୍ଚାୟତରେ ଏହି ରେଡ଼ କରାଯାଇଥିଲା । କେସ ନଂ ୩୩୭ ଏବଂ ୩୩୯ ପ୍ରକାରେ ସମସ୍ତ ସିଜ ସାମଗ୍ରୀ ସହ ନଗଦ ରାଶି ଓ ୨୬ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ହିଞ୍ଜିଳି ପୋଲିସ ତରଫରୁ ପ୍ରକାଶ । (ରିପୋର୍ଟ- ସାନ୍ତୁନୁ କୁମାର ବେହେରା ।)