ଲିଟିପାଲିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

0 301

ଉଲୁଣ୍ଡା,୨୦/୦୯(ପିପିଟି); ଆଜି ଏ କରୋନା ମହାମାରିର କଠିନ ବିପତ୍ତି ସମୟରେ ଅଂଚଳରେ ରକ୍ତର ଅଭାବକୁ ଦୂର କରିବା ପାଇଁ ସର୍ବଶ୍ରେଷ୍ଟ ସାମାଜିକ ସେବାକୁ ଆପଣେଇ ନେଇ ଉଲୁଣ୍ଡା ବ୍ଲକ କାଦୋଦର ଗ୍ରାମ ପଂଚାୟତର ଲିଟିପାଲି ଗ୍ରାମର ଯୁବଗୋଷ୍ଟି,ଆମ ଓଡ଼ିଶା ସମ୍ବାଦ ଓ ଓଡିଶା ଜୀବିକା ମିଶନ,ଉଲୁଣ୍ଡା ର ମିଳିତ ଆନୁକୂଲ୍ୟରେ ଲିଟିପାଲି ଉପ୍ରା ସ୍କୁଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ସତପଞ୍ଚ ଶ୍ରୀମତୀ ମୟୂରୀ ବାଘ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଦୁଇ ଜଣ ମହିଳା ରକ୍ତଦାତା ମଧ୍ୟ ସାମିଲ ଥିଲେ ।ଶେଷରେ ରକ୍ତଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରି ନିୟମିତ ରକ୍ତଦାନ କରୁଥିବା ୫ ଜଣ ରକ୍ତଦାତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।ଲିଟିପାଲି ବଜରଙ୍ଗ କ୍ରିକେଟ କ୍ଳବ ର ସଦସ୍ୟ ଅନନ୍ତ ମହାକୁର,ଗୌର ମହାକୁର,ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ସୁବର୍ଣ୍ଣପୁର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ୟ ତୁଲାଇଥିବାବେଳେ ଉଲୁଣ୍ଡା ବ୍ଲକ ସମ୍ବାଦ ପ୍ରତିନିଧି କୁଶ ବଘାର ଶିବିରକୁ ପରିଚାଳନା କରିଥିଲେ ।ଓଡିଶା ଜୀବିକା ମିଶନ କାଦୋଦର ଜିପିଏଲଫ ର ଏମବିକେ ମାନିନୀ ବେହେରାମାଲି,ସିଆରପି ରାଜଶ୍ରୀ ଗାଇଗରିଆ,ବାସନ୍ତୀ ପଧାନ,ଭାରତୀ ନାଗ, ଜଗଦମ୍ବା କର୍ଣ୍ଣ,ବୃନ୍ଦାବତୀ ପଧାନ ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.