ହିଞ୍ଜିଳିକାଟୁ,ତା-୧୫/୦୯(ପିପିଟି) ; ବିଶ୍ୱ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ହିଂଜିଳିକାଟୁ ସ୍ଥିତ ଶ୍ୟାମଳାଇ ମନ୍ଦିରରେ ଫୋଟ ଓ ଭିଡ଼ିଓ ଗ୍ରାଫର୍ସ ୱେଲଫେର ଆସୋସିଏସନ ତରଫରୁ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପ ପ୍ରଜ୍ଵଳନ କରି ଆସୋସିଏସନ ଓ ଅଞ୍ଚଳର ଉତ୍ତରତ୍ୱର ଉନ୍ନତି ଓ ମଙ୍ଗଳ କାମନା ସକାଶେ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସମସ୍ତ ସଦସ୍ୟ ମାନେ ମିଶି ଶ୍ୟାମଳାଇ ମନ୍ଦିର ପାର୍ଶ୍ଵରେ ବୃକ୍ଷ ରୋପଣ କରିଥିଲେ। ଦୀର୍ଘ ଦିନ ଅସୁସ୍ଥ ରହି ପୁଣି କାର୍ଯ୍ୟରେ ଯୋଗାଇଥିବା କରୋନା ଯୋଦ୍ଧା ତଥା ହିଞ୍ଜିଳି ପୌର ପରିଷଦର କାର୍ଯ୍ୟ ନିର୍ଵାହି ଅଧିକାରୀ ମନୋରଞ୍ଜନ ସାହୁଙ୍କୁ ଆସୋସିଏସନ ତରଫରୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ପ୍ରତିଷ୍ଠା ଦିବସରେ ନବକଳେବର ପଣ୍ଡା(ସଭାପତି),ତାରା ପ୍ରସାଦ ପଟନାୟକ (ସମ୍ପାଦକ), ନଳିନୀକାନ୍ତ ମିଶ୍ର(ଉପସଭାପତି), ଟୁଟୁ ଵାଡ଼ତ୍ୟା(ସହ ସମ୍ପାଦକ), ବୁଢ଼ା ପଟନାୟକ,ଶଙ୍କର ସାହୁ,ରବି ନାରାୟଣ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ସମ୍ମିଳିତ ହୋଇଥିଲେ । (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)