କୃଷି ଭିତ୍ତିକ ପର୍ବ ବାଲିଯାତ୍ରା ଅନୁଷ୍ଠିତ।

0 293

ରାୟଗଡା,୦୮/୦୯(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋସେଇଁ ଗୁଳୁମୁଣ୍ଡା ଠାରେ କୃଷିଭିତ୍ତିକ ପର୍ଵ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ବାଲିଯାତ୍ରା ପ୍ରତି ବର୍ଷ ଆଶ୍ଵିନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ପାଳନ କରାଯାଏ। ବାଲିଯାତ୍ରା ହେବା ୯ ଦିନ ପୂର୍ବରୁ ବିଭିନ୍ନ ନଦୀରୁ ବାଲି ଅଣାଯାଇ ଗ୍ରାମର ମାଝିଗୌରୀ ମନ୍ଦିରରେ ରଖାଯାଏ। ସେହି ବାଲିରେ ବିଭିନ୍ନ ପ୍ରକାର ଶସ୍ୟର ମଞ୍ଜି ବୁଣାଯାଏ। ସେହି ମଞ୍ଜିରୁ ଗଛ ଉଠିବାକୁ ଦେଖି ଚଳିତ ବର୍ଷର ଶସ୍ଯଅମଳ ଵିଷୟ ପୂର୍ବାନୁମାନ କରାଯାଏ,ଯଦି ଗଜା ଠିକ ଭାବେ ଉଠିଲେ ସେହି ବର୍ଷ ଭଲ ଅମଳ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।ରାୟଗଡାର ପ୍ରସିଦ୍ଧ ମାଝିଗୌରୀ ମନ୍ଦିର ସହିତ ଏହି ମନ୍ଦିରର ପୂର୍ବରୁ ସମ୍ପର୍କ ରହିଛି। ପୂର୍ବେ ଏହି ବାଲିଯାତ୍ରା ରେ ଶହ ଶହ ବଳି ପଡୁଥିଲା, କିନ୍ତୁ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି ।ଲୋକେ କେଵଳ ନଡ଼ିଆ, କୋରା ଓ ଉଖୁଡା ଭୋଗ ଦେଇ ପୂଜା କରୁଛନ୍ତି ।ପୂଜା ସରିବା ପରେ ପୂଜକ କଣ୍ଟା ଦୋଳିରେ ବସି ଝୁଲନ୍ତି। ଏହାପରେ ଠାକୁରାଣୀଙ୍କ ଘଟ ଗ୍ରାମରେ ପରିକ୍ରମା କରାଯାଏ ଓ ଗ୍ରାମର ପ୍ରତି ଘରେ ଘଟ ରଖି ପୂଜା କରିଥାନ୍ତି।ଏହି ଯାତ୍ରା ସଂପନ୍ନ କରିବାରେ ଗୋବିନ୍ଦ ସେନାପତି, ବିସିକେଶନ ରଥ, କିଶୋର ଚନ୍ଦ୍ର ରଥ, ଗୁପ୍ତେଶ୍ଵର ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର ଓ ଡମ୍ବରୁ ସେନାପତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଯାତ୍ରାର ପୂଜାକର୍ମ କରିଥିଲେ ପୂଜକ କିଶୋର ଚନ୍ଦ୍ର ରଥ। ରିପୋର୍ଟ – ନବୀନ ନାୟକ ବେହେରା ।

Leave A Reply

Your email address will not be published.