କୁମାରକେଳି ସ୍କୁଲରେ ପରିବେଶ ସୁରକ୍ଷା କାର୍ଯକ୍ରମ ।

0 0

ସୁବର୍ଣ୍ଣପୁର ,୦୭/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ପରିବେଶ ସୁରକ୍ଷା କାର୍ଯକ୍ରମ” ଅନୁଷ୍ଠିତ ହୋଇଯାଇଛି। ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜାଲୋଏ ବନପାଳ ପ୍ରଦୀପ କୁମାର ଜେନା ଉପସ୍ଥିତ ରହି ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମନରୁଛି ଭୋଇ, ନରେନ୍ଦ୍ର ନାଗ ଓ ଶ୍ରୀମତୀ ଜୟଶ୍ରୀ ପାଢ଼ୀ ଉପସ୍ଥିତ ଥିଲେ l ଶିକ୍ଷକ ଅଚ୍ୟୁତ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟର ସଂପାଦକ ଡ଼କ୍ଟର ହୃଷୀକେଶ ଦେହେରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଟ୍ରଷ୍ଟର ସଭାପତି ଡ଼କ୍ଟର ଖମାରୀ କାର୍ଯକ୍ରମରେ ପରିବେଶ ସୁରକ୍ଷାର ଗୁରୁତ୍ୱ, ପ୍ଲାଷ୍ଟିକ ବିରୋଧୀ ଅଭିଯାନ, ବୃକ୍ଷରୋପଣ ଓ ବନ ଆଗ୍ନି ନିୟନ୍ତ୍ରଣ, ପଶୁପକ୍ଷୀଙ୍କ ସୁରକ୍ଷ। ବିଷୟରେ ବାର୍ତ୍ତା ରଖି ଥିଲେ ।ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା।ଶେଷରେ ବନମାଳୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯକ୍ରମ ମାଧ୍ୟମରେ “ଆଜି ପରିବେଶକୁ ବଞ୍ଚାଅ, ଆସନ୍ତାକାଲିକୁ ସୁରକ୍ଷିତ କର” ବାର୍ତ୍ତା ସମସ୍ତଙ୍କ ମନରେ ପହଞ୍ଚିଥିଲା।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.