ଭଦ୍ରକ ରାଜନୀତିରେ ବଡ଼ ବିସ୍ଫୋରଣ: ବିଜେଡିରୁ ନିଲମ୍ବିତ ମଣ୍ଡଳ ଦମ୍ପତି ।

0 23

ଦୋବଲ,୦୬/୦୪: ଭଦ୍ରକ ଜିଲ୍ଲାର ରାଜନୀତିକ ମଞ୍ଚରେ ଆଜି ଏକ ବଡ଼ ପରିବର୍ତ୍ତନର ସୃଷ୍ଟି ହୋଇଛି। ବିଜୁ ଜନତା ଦଳ  ତରଫରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ, ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସିଦ୍ଧାନ୍ତ ନିଆଯାଇଥିବା ବେଳେ, ଶଙ୍ଖ ଭବନରୁ ଦଳର ଉପ-ସଭାପତି ପ୍ରତାପ ଜେନା ବିଧିବଦ୍ଧ ଭାବେ ଏହାର ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ଜିଲ୍ଲାରେ ରାଜନୀତିକ ଚର୍ଚ୍ଚା ତିବ୍ର ହୋଇଯାଇଛି।
ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଧାମନଗର ବିଧାୟକ ଭାବେ କାର୍ଯ୍ୟ କରି ଅଞ୍ଚଳରେ ବିକାଶମୂଳକ କାମ ପାଇଁ ଚର୍ଚ୍ଚିତ ଥିଲେ। ତାଙ୍କ ସମୟରେ ଧାମନଗରକୁ ଏନ୍‌ଏସି ମାନ୍ୟତା ମିଳିବା, ପୋଲିସ ଉପଖଣ୍ଡ ସ୍ଥାପନା, ଜରା ନିବାସ କମ୍ପ୍ଲେକ୍ସ ନିର୍ମାଣ ସହ ଚାଷୀଙ୍କ ପାଇଁ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଏବଂ ନଦୀବନ୍ଧ ଉନ୍ନତିକରଣ ଭଳି ପ୍ରୟାସଗୁଡ଼ିକୁ ସମର୍ଥକମାନେ ‘ସୁବର୍ଣ୍ଣ ଯୁଗ’ ବୋଲି ମନେ ପକାନ୍ତି।
ସୂଚନା ଅନୁସାରେ, ଗତ କିଛି ମାସ ଧରି ମଣ୍ଡଳ ଦମ୍ପତି ଦଳୀୟ କାର୍ଯ୍ୟରୁ ଦୂରେଇ ରହୁଥିଲେ। ଏହା ସହିତ, ସେମାନେ ଶୀଘ୍ର ଅନ୍ୟ ଦଳକୁ, ବିଶେଷ କରି ବିଜେପି ଶିବିରକୁ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତି ଏବଂ ବ୍ୟକ୍ତିଗତ ଭାବେ ଜନସମ୍ପର୍କ ବଢ଼ାଇବା ନେଇ ବିଜେଡି ନେତୃତ୍ୱ ଅସନ୍ତୁଷ୍ଟ ଥିବା କୁହାଯାଉଛି।
ନିଲମ୍ବନ ପରେ ମଧ୍ୟ ମୁକ୍ତିକାନ୍ତ ମଣ୍ଡଳଙ୍କ ଲୋକପ୍ରିୟତାରେ କୌଣସି କମିବା ଦେଖାଯାଇନାହିଁ। ତେବେ ଉଭୟ ବିଜେପିରେ ଯୋଗଦେବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି ମୁଁ ଏବେ ସସ୍ପେଣ୍ଡ ବିସୟରେ ଏବେ ମିଡିଆରୁ ଜାଣିବାକୁ ପାଇଲି। ତେବେ କାହିଁକି ଆମେ ଦଳରୁ ସସ୍ପେଣ୍ଡ ହେଲୁ ଆଗେ ଜାଣିସାରିବା ପରେ କଣ କରିବି ଜଣାଇବି। ଆମେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହୁ। ଏପରି କାହିଁ ହେଲା ଜାଣିସାରୁ। ତେବେ ଏହା ପରେ ଅନ୍ୟଦଳକୁ ଯିବାପାଇଁ ପଚାରିବାରୁ କୁହନ୍ତୁ ସେକଥା ପ୍ରଶ୍ନ ଉଠିନାହିଁ ବୋଲି ମୁକ୍ତିକାନ୍ତ କହିଥିଲେ।
ନିର୍ବାଚନ ପୂର୍ବ ମାହୋଲ ତେଜ ହୋଇଥିବା ସମୟରେ ଏହି ନିଲମ୍ବନ ଭଦ୍ରକ ଏବଂ ଧାମନଗରର ରାଜନୀତିକ ସମୀକରଣକୁ କେମିତି ପରିବର୍ତ୍ତନ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.