ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ।

0 178

ଭଞ୍ଜନଗର,୦୩/୦୪(ପିପିଟି ):ଶପଥ ଗ୍ରହଣ ଉତ୍ସବରେ ଭଞ୍ଜନଗର ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କୁ ତ୍ରିନାଥ ମଳିକ ସହଯୋଗ କରିଥିଲେ। ଶପଥ ନେଇଥିବା କର୍ମକର୍ତ୍ତାମାନେ ହେଲେ ସଭାପତି ସନ୍ତୋଷ କୁମାର ନାୟକ, ଉପସଭାପତି ରଜତ କୁମାର ଦାସ, ସମ୍ପାଦକ ଧୀରେନ କୁମାର ସ୍ବାଇଁ, ସହ ସମ୍ପାଦିକା ସ୍ନିଗ୍ଧା ରାଣୀ ଦାସ, କୋଷାଧ୍ୟକ୍ଷ ମଧୁସୂଦନ ପଣ୍ଡା,କାର୍ଯ୍ୟକାରୀ କମିଟି ସଭ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ତ୍ରିପାଠୀ, ସଭ୍ୟ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ତିଆଡ଼ି ଓ ଜ୍ୟୋତି ରଞ୍ଜନ ପ୍ରଧାନ । ଏହି ଅବସରରେ ନବ ନିର୍ବାଚିତ ସଭାପତି ଶ୍ରୀ ନାୟକ ବାର ଆସୋସିଏସନକୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଭଞ୍ଜନଗର ଅଞ୍ଚଳର ଉନ୍ନତି ସକାଶେ ଓକିଲ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସେସବୁରେ ସଫଳ ହୋଇଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.