ଯାଜପୁର ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।

0 212

ଯାଜପୁର, ୦୧/୦୪(ପିପିଟି): ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗର  ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଯୋଗ ଦେବା ସହ ସଭା କାର୍ଯ୍ୟ ପରେ ଅପରାହ୍ନରେ ସର୍କିଟ ହାଉସ ଠାରେ ଯାଜପୁର ଏବଂ ବ୍ୟାସନଗର ପୌର ପରିଷଦର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ଡ଼.ମହାପାତ୍ର ରାସ୍ତା ପାର୍ଶ୍ୱ ଆଲୋକୀକରଣ, ଷ୍ଟ୍ରିଟ୍ ଲାଇଟ, ପାନୀୟ ଜଳ ଯୋଗାଣ, ସହର ପରିମଳ ଓ ସଫେଇ କାର୍ଯ୍ୟ, ଟିକସ ଆଦାୟ, ତରଳ ବର୍ଜ୍ୟ ପରିଚାଳନା, ୨୪ x ୭ ଜଳ ଯୋଗାଣ, ପବ୍ଲିକ ଶୌଚାଳୟ, ପିଏମ ସ୍ଵନିଧି, ଆହାର ଇତ୍ୟାଦି ଯୋଜନା ଏବଂ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ହିତାଧିକାରୀମାନଙ୍କୁ ଗୃହ ଯୋଗାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ସହରରେ ବିଭିନ୍ନ ରାସ୍ତାରେ ଖରାପ ହୋଇଥିବା ଲାଇଟ ଏବଂ ପୋଲଗୁଡିକୁ ବଦଳାଇବା ପାଇଁ ମଧ୍ୟ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ  ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ପିଡି-ଡିୟୁଡିଏ ଦେବୀ ପ୍ରସାଦ ମହାନ୍ତି, ଯାଜପୁର ଓ ବ୍ୟାସନଗର ପୌରପରିଷଦର ନିର୍ବାହୀ ଅଧିକାରୀମାନେ, ମୁନିସିପାଲିଟି ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.