ହାତୀଓଟ ରେ ପ୍ରବେଶ ଉତ୍ସବ ଖଡ଼ିଛୁଆଁ ଏବଂ ଆସ ସ୍କୁଲ ଯିବା ଅଭିଯାନକୁ ନେଇ ଘରକୁ ଘର ବୁଲି ଅଭିଭାବକଙ୍କୁ ନିମନ୍ତ୍ରଣ।

0 3

ପୋଲସରା ,୩୦/୦୩(ପିପିଟି) : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସମଗ୍ର ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଆଡମ୍ବରପୂର୍ଣ୍ଣ ଭାବେ ଶିଶୁ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳନ ସ‌ହ ନୂତନ ଶିକ୍ଷା ବର୍ଷର ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବ ଏହି ପବିତ୍ର ଶିକ୍ଷା ଅଭିଯାନକୁ ସଫଳ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଓ ଆମନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁ ରହିଛ । ଏହି ପରିପ୍ରେକ୍ଷୀରେ ସମସ୍ତ ଶିକ୍ଷାଧିକାରୀ, ବିଆରସିସି, ସିଆରସିସି ଓ ଶିକ୍ଷକମାନେ ଘରେ ଘରେ ବୁଲି ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଶିଶୁମାନଙ୍କୁ ବିଦ୍ୟାଳୟମୁଖୀ କରିବାରେ ଲାଗିପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ମଧ୍ଯ ଏହି କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହେଉଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାଶଙ୍କର ଦାସ ଶିକ୍ଷକମାନଙ୍କ ସ‌ହ ଗ୍ରାମର ଘରେ ଘରେ ପହଞ୍ଚି ଶିଶୁ ପ୍ରବେଶ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ ୲ ସୂଚନାନୁସାରେ, ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ, ସେମାନେ ଶିଶୁ ବାଟିକା ରେ ନାମଲେଖାଇ ପାରିବେ । ସେହିପରି ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଭର୍ଭି ପାଇଁ ଯୋଗ୍ୟ ହେବେ । ଆସନ୍ତା ଏପ୍ରିଲ ୨ ତାରିଖରୁ ଶିଶୁ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଆରମ୍ଭ ହେବାକୁ ଥିବାବେଳେ, ପୋଲସରା ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଉତ୍ସବମୁଖର ପରିବେଶରେ ପାଳନ କରାଯିବ ବୋଲି ଶିକ୍ଷାଧୂକାରୀ ସୂଚନା ଦେଇଛନ୍ତି ୲ ଶିଶୁମାନଙ୍କୁ ଶିକ୍ଷାର ମୂଳଧାରାରେ ସାମିଲ କରିବା ଏବଂ ଶିକ୍ଷାପ୍ରତି ଆକର୍ଷଣ ବଢ଼ାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ଏହି ପଦକ୍ଷେପ ମାଧ୍ଯମରେ ଶିକ୍ଷାର ଆଲୋକ ପ୍ରତ୍ୟେକ ଘରକୁ ପହଞ୍ଚିବ ବୋଲି ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ଦଖିବାକୁ ମିଳୁଛି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.