ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ ।

0 103

ବାଲିଗୁଡା, ୨୩/୦୩:(ପିପିଟି): ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ପ୍ରମାଣପତ୍ର ସହ ଦଶ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ବନ ବିଭାଗ ତରଫରୁ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲି , ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ, ଏସିଏଫ୍ ଫୁଲବାଣୀ ଶ୍ୱେତଲିନା ସାହୁ, ଓ ବନ ପ୍ରଶିକ୍ଷଣ ବିଦ୍ୟାଳୟ ଉଦୟଗିରି ର ନିର୍ଦ୍ଦେଶକ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ପରିବେଶ ପ୍ରତି ଆନ୍ତରିକତା କୁ ଶ୍ରେୟ ଦେଇଥିଲେ। ଏଥିସହ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାରେ ବନ ବିଭାଗର ସକ୍ରିୟ ସହେଯାଗକୁ ସାଧୁବାଦ ଜଣାଇଥିଲେ।

Leave A Reply

Your email address will not be published.