ପୋଲସରା ,୨୦/୦୩(ପିପିଟି):ଗଞ୍ଜାମ ଜିଲ୍ଲା ପୋଲସରା ସହର ରାଣୀପଡ଼ା ବାଲିବାନ୍ଧ ନିକଟରେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ ରେ ଶିବାଜୀ ବରଡ଼ ନାମକ ଯୁବକ ଗୁରୁତର ହୋଇଛନ୍ତି । ଶିବାଜୀ ବାଲିବନ୍ଧ ନିକଟରେ ରହିଥିବା ସମୟରେ ଜଣେ ଯୁବକ ଅଚାନକ ଆସି ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ଶିବାଜୀ ଙ୍କୁ ଉଧାରକରିବାକୁ ପହଞ୍ଚିବା ଦେଖି ଆକ୍ରମଣକାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ଶିବାଜୀ ଙ୍କୁ ଉଧାରକରି ବିଳମ୍ବିତ ରାତିରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନନ୍ତର କରାଯାଇଛି । ଶିବାଜୀ ଙ୍କ ମୁଣ୍ଡ, ଦୁଇ ହାତ ଓ ଗୋଡ଼ ରେ ଗଭୀର ଆଘାତ ଲାଗିଛି । ତେବେ କେହୁଁ କାରଣ ଯୋଗୁଁ ତାଙ୍କୁ ଆକ୍ରମଣ ହୋଇଛି ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲସରା ପୋଲିସ ଚଳାଇଛି ତଦନ୍ତ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା