ଭଞ୍ଜନଗର, ୧୫/୦୩(ପିପିଟି):ଭଞ୍ଜନଗର ଅଞ୍ଚଳରେ କିଛି ଦିନହେବ ବୁଲୁଥିବା ଏକ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ଭଞ୍ଜନଗର ପୋଲିସ ଉଦ୍ଧାର କରିଛି। ମହିଳା ଜଣଙ୍କ କିଛି ଦିନ ହେବ ଭଞ୍ଜନଗର,ବେଲଗୁଣ୍ଠା ଓ ତାରାସିଂ ଥାନା ଅଞ୍ଚଳରେ ବିଭିନ୍ନ ଗ୍ରାମ ମାନଙ୍କରେ ରାତି ଦିନ ବୁଲୁଥିବାର ଦେଖି ଲୋକମାନେ ପୋଲିସ କୁ ଖବର ଦେଇଥିଲେ।ଚୋରି କରୁଥିବା ସନ୍ଦେହ କରି କିଛି ଲୋକଙ୍କ ଆକ୍ରୋଶର ମଧ୍ୟ ଶିକାର ହେଉଥିଲେ ମହିଳା ଜଣଙ୍କ। ପଚାରିଲେ ନିଜର କୌଣସି ସଠିକ ଠିକଣା ସେ ଦେଇପାରୁ ନଥିଲେ ଏବଂ ଅନ୍ୟ ମାନଙ୍କୁ ଅଜବ ବ୍ୟବହାର ମଧ୍ୟ କରୁଥିଲେ। ଆଜି ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ସହଯୋଗରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ତାଙ୍କୁ ବ୍ରହ୍ମପୁର ସ୍ଥିତ ମିଶନ ଆଶ୍ରା ମାନସିକ ବିକାର ଗ୍ରସ୍ତ ଆଶ୍ରମକୁ ନେଇ ପଞ୍ଜିକରଣ କରି ରଖିଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ମାନେ ପ୍ରାୟ ୪୪ ରୁ ଉର୍ଦ୍ଧ୍ବ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ଉକ୍ତ ଆଶ୍ରମରେ ରଖି ସେମାନଙ୍କ ସେବା ଯତ୍ନ ଓ ଚିକିତ୍ସା କରି ଆସୁଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)