ମାଲକାନଗିରି,୨୫/୦୨(ପିପିଟି):ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଧାନ ମଣ୍ଡିରେ ଗତ ଜାନୁଆରୀ ମାସରୁଏକ ୧,୫୫,୭୦୦ କ୍ଵିଣ୍ଟାଲ ଧାନ ଗଛିତ ହୋଇ ପଡ଼ି ରହିଥିଲା ବେଳେ କ୍ରୟ ବନ୍ଦ ହେବା ଫଳରେ ଚାଷୀମାନେ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର କୃଷିୱାଡା ମଣ୍ଡିରେ ୨,୭୦୦ କ୍ଵିଣ୍ଟାଲ,ଚିତ୍ରାଙ୍ଗ ପଲ୍ଲୀ ମଣ୍ଡିରେ ୩,୦୦୦ କ୍ଵିଣ୍ଟାଲ,କାଲଦାପଲ୍ଲୀ ମଣ୍ଡିରେ ୩୦୦୦ କ୍ଵିଣ୍ଟାଲ,ନାଲାଗୁଣ୍ଡି ମଣ୍ଡି ରେ ୫,୦୦୦ କ୍ଵିଣ୍ଟାଲ,ପିଟାକାଟା ମଣ୍ଡିରେ ୭,୦୦୦ କ୍ଵିଣ୍ଟାଲ, ତଣ୍ଡାପଲ୍ଲୀ ମଣ୍ଡିରେ ୧୦୦୦ କ୍ଵିଣ୍ଟାଲ ,ବଦଲି ମଣ୍ଡିରେ ୫,୫୦୦ କ୍ଵିଣ୍ଟାଲ, ମହାରାଜ ପଲ୍ଲୀ (ଏମଭି-୮୧) ମଣଡିରେ ୪,୦୦୦ କ୍ଵିଣ୍ଟାଲ,ମାନ୍ଦାପଲ୍ଲୀ ମଣ୍ଡିରେ ୪,୫୦୦ କ୍ଵିଣ୍ଟାଲ,ଠୁମକା ମଣ୍ଡିରେ ୨୨,୦୦୦ କ୍ଵିଣ୍ଟାଲ ଶିଖା ପଲ୍ଲୀ ମଣ୍ଡିରେ ୮,୦୦୦ କ୍ଵିଣ୍ଟାଲ ଧାନ ଗତ ଜାନୁଆରୀ ୨୦ ତାରିଖ ରୁ ପଡ଼ା ରହିଛି। ଏହି ସବୁ ଧାନ ସରକାର କିଣିବେ ବୋଲି ଚାଷୀମାନେ ଆଶା ପୋଷଣ କରୁଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଟାର୍ଗେଟ ପୂରଣ ହୋଇଥିବା କଥା କହି ଚାଷୀ ମନରେ ହତାଶା ଓ ନୈରାଶ୍ୟ ର ବାତାବରଣ ସୃଷ୍ଟି କରୁଥିବା ଜଣା ପଡ଼ିଛି। ଯଦି ସରକାର ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଧାନ କ୍ରୟ ନକରନ୍ତି ତେବେ ବଡ଼ଧରଣର ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ସଭାପତି ଏରା ପଡ଼ିଆମୀ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)