ମାଲକାନଗିରି, ୨୧/୦୨(ପିପିଟି):ସ୍ଥାନୀୟ ଏଫଏଲସି ସଭା ଗୃହ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀଙ୍କ ଆନୁକୂଲ୍ଯରେ କିଶୋରୀ ବାଳିକାଙ୍କୁ ଆଦ୍ବିକା କାର୍ଯ୍ଯକ୍ରମ ଅଧିନରେ ଜିଲ୍ଲା ସ୍ତରୀୟ କୌଶଳ ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ, ଗୌରୀ ନାୟକ ଓ ସୁରକ୍ଷା ଅଧିକାରୀ ଟି. ଜୟା ଲକ୍ଷ୍ମୀ ଉପସ୍ଥିତ ରହି ଏହି କର୍ମଶାଳାର ଶୁଭାରମ୍ଭ କରିଥିଲେ । କିଶୋରୀଙ୍କ ସଶକ୍ତୀକରଣ ନିମିତ୍ତ ବିଭିନ୍ନ କୌଶଳ ତାଲିମ ଯଥା ବିତ୍ତିୟ ସାକ୍ଷରତା,ସାଇବର ସୁରକ୍ଷା, ଯୋଗାଯୋଗ ଉପରେ ମୀନାକ୍ଷୀ ପ୍ରଧାନ ଜିଲ୍ଲା ସଂଯୋଜିକା ତାଲିମ ପ୍ରଦାନ କରିଥିଲେ । ସୂକ୍ଷ୍ମ କୌଶଳ, କମ୍ପ୍ୟୁଟର ସମ୍ବନ୍ଧିତ ଉପରେ ଶିକ୍ଷା ବିଭାଗର ମାନସ ରଞ୍ଜନ ସେନାପତି ଓ ଶୁଦ୍ଧି ରଞ୍ଜନ ସିକଦାର ଜ୍ଞାନ ପ୍ରଦାନ କରି ଥିଲେ । ଧନ୍ଦାମୂଳକ ନିଯୁକ୍ତିର ସୁଯୋଗ ସମ୍ବନ୍ଧରେ ଡିପିସି ମିଶନ ଶକ୍ତି ହର୍ଷାନନ୍ଦ ପ୍ରଧାନ ତାଲିମ ପ୍ରଦାନ କରିଥିଲେ। ଆଶିଷ ପଣ୍ଡା ସଂଚୟ ଓ ନିବେଶ ତଥା ବିଭିନୟ ଇନସୋରେନ୍ସ ବିଷୟରେ କିଶୋର କିଶୋରୀ ମାନ୍ୟଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିଶୁ ବିକାଶ ଯୋଜନାର ମୋଟ ୮୦ ଜଣ କିଶୋରୀ କିଶୋର ,ଅଙ୍ଗନବାଡି କର୍ମୀ, ସୁପରଭାଇଜର ଉପସ୍ଥିତ ଥାଇ ତାଲିମ ଗ୍ରହଣ କରିଥିଲେ । ପରିଶେଷରେ ସମସ୍ତ ଅଂଶଗ୍ରହଣକରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂଯୋଜିକା ଶ୍ରୀମତୀ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)