ବେଲଗୁଣ୍ଠା,୧୬/୦୨(ପିପିଟି):ସ୍ଥାନୀୟ ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ମଧ୍ୟରୁ ବେଲଗୁଣ୍ଠା ବଣିକ ସଂଘର ସ୍ଥାନ ସ୍ୱତନ୍ତ୍ର । ପ୍ରତି ବର୍ଷ ପରି ଆଜି ବଣିକ ସଂଘ ର ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଚଳିତ ବର୍ଷ ସକାଶେ ସଭାପତି ରୂପେ ପୁଣି ୫ମ ଥର ପାଇଁ ସି.ଏଚ୍ ସନତ କୁମାର ସୁବୁଦ୍ଧି ନିଜ ପଦ ବଜାୟ ରଖିଥିଲେ । ଉପ-ସଭାପତି ଭାବେ ନୂତନ ଭାବେ ପ୍ରଶାନ୍ତ କୁମାର ସରାବ ,ସମ୍ପାଦକ ଭାବେ ପୁଣି ଥରେ ୩ୟ ଥର ସକାଶେ ସୁଦାମ ତ୍ରିପାଠୀ, ସହ-ସମ୍ପାଦକ ଭାବେ ସୁରେଶ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ୩ୟ ଥର ସକାଶେ ଗୁଣ୍ଡିଚା ପ୍ରସାଦ ବେହେରା ଏବଂ ଉପଦେଷ୍ଟା ଭାବେ ପୁଣି ଥରେ ଦୀର୍ଘ ବର୍ଷ ଧରି ପୂର୍ବରୁ ରହି ଆସିଥିବା ପ୍ରଶାନ୍ତ କୁମାର ସାହୁଙ୍କୁ ସଭ୍ୟ ମାନେ ମନୋନୀତ କରିଥିଲେ । ବେଲଗୁଣ୍ଠା ବଣିକ ସଂଘ କେବଳ ଯେ ବ୍ୟବସାୟୀ ମାନଙ୍କ ଉନ୍ନତି ଲାଗି କାମ କରେ ତାହା ନୁହେଁ । ବେଲଗୁଣ୍ଠା ଅଚଂଳବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ କରିଥାଏ, ଯେପରି ରକ୍ତଦାନ ଶିବିର , ବୃକ୍ଷରୋପଣ, ସ୍ୱଛତା ଅଭିଯାନ, ଗରିବ ନିଃସହାୟ ମାନଙ୍କୁ ସାହାଯ୍ୟ ଏବଂ ସହଯୋଗ, ମାଗଣା ଖାଦ୍ୟ ବଂଟନ ଏହିପରି ଭାବେ ବିଭିନ୍ନ ଜନହିତକର କାର୍ଯ୍ୟ କରି ବେଲଗୁଣ୍ଠାବାସୀଙ୍କ ପ୍ରିୟ ଭାଜନ ହୋଇପାରିଛି । ବେଲଗୁଣ୍ଠା ବଣିକ ସଂଘ ୧୯୯୯ ମସିହାରୁ ପ୍ରତିଷ୍ଠା ଲାଭ କରି ଦୀର୍ଘ ୨୭ ବର୍ଷ ଧରି ନିରନ୍ତର ସେବା ଯୋଗଇ ଆସିଛି ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା