ଶ୍ରୀ ଦଧିବାମନ ହାଇସ୍କୁଲ ବରିଡା-ଏ ୧୯୮୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ।

0 8

ପୋଲସରା ,୦୩/୦୧(ପିପିଟି):ଆସିକା ବ୍ଲକ ଭେଟନଇ ନିକଟସ୍ଥ ମା କଙ୍କଣଦେବୀଙ୍କ ପୀଠରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆୟୋଜନ କରାଯାଇ ଦିବଙ୍ଗତ ପ୍ରଥମେ ମା’ଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଥିଲା।ଏକ ସ୍ମୃତିସଭା କରାଯାଇ ଦିବଙ୍ଗତ ଗୁରୁ ଏବଂ ସାଙ୍ଗ ମାନଙ୍କ ଆମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବାଲ୍ୟ ଜୀବନର ସ୍ମୃତି ସାଉଟିଥିଲେ। ଏଥିସହ ଆଗକୁ ପ୍ରତ୍ଯେକ ବର୍ଷ ଏହି ଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜାରି ରଖିବାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ନୀଳକଣ୍ଠ ପ୍ରଧାନ , ମନୋଜ କୁମାର ପଣ୍ଡା , ଗୋକୁଳ ନାହାକ , ଉକ୍ତ କାର୍ଯ୍ୟକ୍ରମକୁ ସଭା ପରିଚାଳନା କରିଥିଲେ କୃଷ୍ଣ ଚନ୍ଦ୍ର ବେହେରା , ସନ୍ତୋଷ କୁମାର ସାହୁ ,ବିଶ୍ଵନାଥ ଗୌଡ , ରାମକୃଷ୍ଣ ସାହୁ , ରାମଚନ୍ଦ୍ର ପ୍ରଧାନ ,ମନୋଜ କୁମାର ମହାରଣା , ସନ୍ତୋଷ କୁମାର ମହାରଣା, ବଙ୍ଗାଳୀ ପ୍ରଧାନ , ପଞ୍ଚାନନ ବେହେରା ,ସଞ୍ଜୟ ପ୍ରଧାନ , ବାବୁଲା ପ୍ରଧାନ , ପୁଷ୍ପାଞ୍ଜଳି ସ୍ଵାଇଁ ,ଶୋଭାମୟୀ ମହାରଣା ,କବିତା ସ୍ଵାଇଁ ,ଗୀତାଞ୍ଜଳି ପାଣି ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଚିତ୍ର ନନ୍ଦ ପଟ୍ଟନାୟକ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.