ବେଲଗୁଣ୍ଠା ବିଦ୍ୟୁତ୍ ଉପଖଣ୍ଡ ସ୍ତରୀୟ ଲୋକ ଅଦାଲତ ।

0 0

ବେଲଗୁଣ୍ଠା, ୧୩/୧୨(ପିପିଟି):ଆଜି ବେଲଗୁଣ୍ଠା ଉପଖଣ୍ଡ ବିଦ୍ୟୁତ୍ ବିଭାଗ ତରଫରୁ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦରେ ଉପଖଣ୍ଡ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବିଦ୍ୟୁତ୍ ଚୋରି କରିବା କାରଣରୁ ଜୋରିମାନା ପଡ଼ିଥିବା ବିଦ୍ୟୁତ୍ ଗ୍ରାହକ ମାନଙ୍କ ନିମନ୍ତେ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୨ ଜଣ ଗ୍ରାହକଙ୍କର ସମସ୍ୟାର ଆପୋଷ ସମାଧାନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ସୁରଜ ପଟ୍ଟନାୟକ,ଡିଓଏସ୍ କେଶରୀ କୁମାର, କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ ବରାଡ଼, ଆରପିଓ ବିଶ୍ଵନାଥ ମଲ୍ଲିକଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ୍ ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.