ଦିଗପହଣ୍ଡି , ୧୯/୦୭ (ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ଅଧୀନ ତଲାସିଙ୍ଗି ଗ୍ରାମ ସ୍ଥିତ 5t ସ୍କୁଲ ନାମରେ ସାଙ୍ଘାତିକ ଅଭିଯୋଗ ଆସିଲା । 5t ସ୍କୁଲ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ସମିତିସଭ୍ୟ ଭାବିନ୍ଦ୍ର ଗୌଡ଼ ଏବଂ ଗ୍ରାମବାସୀ । ତେବେ ସୂଚନା ଅନୁସାରେ ୨ ବର୍ଷ ତଳେ 5t ରୂପାନ୍ତରଣ ପାଇଁ ହାଇସ୍କୁଲ କୁ ପ୍ରାୟ ୪୫ ଲକ୍ଷ୍ୟ ଟଙ୍କା ଅନୁଦାନ ଆସିଥିଲା,ତେବେ କାହା ସାହାର୍ଯ୍ୟରେ ବିନା କାମରେ ବିଲ ହୋଇଚି ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ଠିକାଦାର ଙ୍କୁ ଗ୍ରାମ ବାସୀ ମନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ ପାତ କରିନଥିଲେ ବରଂ ବିଲ ପରେ ବିଲ କରି ଚାଲିଥିଲେ । ୪୫ ଲକ୍ଷ ଟଙ୍କା ବିଲ ହୋଇଗଲା କିନ୍ତୁ ସ୍କୁଲ ରୂପାନ୍ତରଣ ହୋଇପାରିଲା ନାହିଁ । ଗ୍ରାମବାସୀ ଏହାର ସମ୍ପୂର୍ଣ୍ଣ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ରିପୋର୍ଟ -ଆରତ କୁମାର ହୋତା