ଭଞ୍ଜନଗର, ୧୨/୧୨(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ତାର ସିଙ୍ଗି ରେଞ୍ଜ ତୋଲଡ଼ି ନୂଆ ସାହିର ସୁରେଶ ବେହେରାଙ୍କ ପତ୍ନୀ ନିଳାନ୍ଦ୍ରୀ ବେହେରା(୩୮)ଙ୍କର ମୃତ୍ୟୁ ଘଟିଛି।ଆଜି ଅପରାହ୍ନ ପ୍ରାୟ ୪ଟାରେ ନିଳାନ୍ଦ୍ରୀ ପାଣି ଆଣିବାକୁ ଗ୍ରାମ ନିକଟସ୍ଥ ନଦୀ କୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ କୁ ଆଣିଥିଲେ।ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଘରେ ମୃତ ନିଳାନ୍ଦ୍ରୀର ୩ଟି ପୁତ୍ର ସନ୍ତାନ ଅଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)