ଭଞ୍ଜନଗର, ୩୦/୧୧(ପିପିଟି):ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସନ୍ତୋଷ ଜେନା, ପର୍ଯ୍ୟବେକ୍ଷକ ଗଣେଶ୍ୱର ଦଳାଇ, ପ୍ରଧାନ ଶିକ୍ଷୟତ୍ରୀ ସ୍ୱରାଜ କହଁର, ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଶୋଭାରାଣୀ ମହାପାତ୍ର, ବାସନ୍ତୀ ପାଣିଗ୍ରାହୀ, ସସ୍ମିତା ମିଶ୍ର, ରାଜଲକ୍ଷ୍ମୀ ସାହୁ, ସୁଜାତା ଦାସ ଓ ତ୍ରିଲୋଚନ ମଲ୍ଲିକ ଙ୍କ ଉପସ୍ଥିତିରେ ପ୍ରଶ୍ନ ପତ୍ର ଉନ୍ମୋଚନ କରା ଯାଇଥିଲା । ଏଥିରେ ବାହାଡା ପଦର ନୋଡାଲ ହାଇସ୍କୁଲ, କଳିଙ୍ଗ ପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ନିରୀକ୍ଷକ ଭାବେ ବାସନ୍ତୀ ପାଣିଗ୍ରାହୀ, ସସ୍ମିତା ମିଶ୍ର, ରାଜଲକ୍ଷ୍ମୀ ସାହୁ ଓ ସୁଜାତା ଦାସ ଉପସ୍ଥିତ ରହି ଓଷ୍ଟାର ନିୟମାନୁଯାୟୀ ପରୀକ୍ଷା ପରିଚାଳନା କରିଥିଲେ । ଓଷ୍ଟାର ଏଭଳି କାର୍ଯ୍ୟକ୍ରମକୁ ବହୁ ବୁଦ୍ଧିଜୀବୀ, ଅଭିଭାବକ ପ୍ରଶଂସା କରିଛନ୍ତି । ବିଦ୍ୟାଳୟର ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)