ପ୍ରାଚୀନ ଶୈବ ପୀଠ ଶ୍ରୀ କୋଶଳେଶ୍ୱର ମନ୍ଦିର ର ଉନ୍ନତି ଲାଗି କମିଟି ଗଠନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0 170

ସୁବର୍ଣ୍ଣପୁର ,୩୧/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାବା କୋଶଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ର ଉନ୍ନତି ମୂଳକ କାର୍ଯ୍ଯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦେବୋତ୍ତର କମିଟି ଅଧ୍ୟକ୍ଷ ଜିଲ୍ଲା ଦୌରାଜଜ୍ ଧନୁର୍ଦ୍ଧର ସେନାପତି ଓ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ପରାମର୍ଶ କ୍ରମେ ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର କମିଟି ସଭାପତି ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ସୁବର୍ଣ୍ଣପୁର ଦେବୋତ୍ତର କମିଟି ବରିଷ୍ଠ ସଦସ୍ୟ ବୈକୁଣ୍ଠ ନାଥ ଶତପଥୀ ଓ ଲଡୁ କିଶୋର ମଲ୍ଲିକ ଙ୍କ ସହ ଗ୍ରାମ ତଥା ପଡୋଶୀ ଗ୍ରାମ ର ପ୍ରାୟ ୪୩ ଜଣ ସଦସ୍ୟଙ୍କୁ ନେଇ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ସଦସ୍ୟ ମାନଙ୍କ ମଧ୍ୟରୁ ୭ ଜଣ ସଦସ୍ୟ ଙ୍କୁ ନେଇ ଏକ ଉପ-କମିଟି ଗଠନ କରାଗଲାl ଏହି ସମସ୍ତ ସଦସ୍ୟ ଏବଂ ପରିଚାଳନା କମିଟିର ସଦସ୍ୟ ମାନଙ୍କ ଆଲୋଚନାରେ ମନ୍ଦିର ପରିଚାଳନା ପାଈଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା । ବାବାଙ୍କ ଅଧୀନରେ ଥିବା ୬୨ ଏକର ଜମିରୁ ମାତ୍ର ପାଞ୍ଚ ଲକ୍ଷ ଟଙ୍କା କର ଆସୁଥିବାରୁ ସମସ୍ତ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ବର୍ଷକ ୧୪ ଲକ୍ଷ ଟଙ୍କା କର ଲଗେଇବା ପାଇଁ ପ୍ରସ୍ତାବ ହୋଇଥିଲା । ଠାକୁରଙ୍କର ଭୋଗ ପାଇଁ ଦିନକ ୨୫ ଟଙ୍କା ଦେବୋତ୍ତର କମିଟି ରୁ ମିଳୁଥିବା ବେଳେ ଏଥିରେ ୮୦୦ ଟଙ୍କା ଖର୍ଚ୍ଚ ହେଉଅଛି । ଆଗରୁ ଏହି ସବୁ ଖର୍ଚ୍ଚ ଉକ୍ତ ଜମି ରୁ ପରିଚାଳନା ହେଉଥିଲା । ବର୍ତ୍ତମାନ ଯେହେତୁ ସେହି ଜମିର ଆୟ ଦେବୋତ୍ତର ବିଭାଗକୁ ଦିଆ ଯାଇଛି ତେଣୁ ୨୫ ଟଙ୍କା ବଦଳରେ ୮୦୦ ଟଙ୍କା ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ବାବାଙ୍କ ମନ୍ଦିରରେ ବିଭିନ୍ନ ଉତ୍ସବ ପାଳନ ହେଉଥିଲେ ମଧ୍ୟ କେବଳ ଶୀତଳ ଷଷ୍ଠୀ କୁ ମାତ୍ର ୩୫୦୦୦ ହଜାର ଟଙ୍କା ମିଳୁଛି । ଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ କଳାସୀ ମହୋତ୍ସବ ପାଇଁ କିଛି ଅନୁଦାନ ମିଳିବା ପାଇଁ ପ୍ରସ୍ତାବ ରଖାଗଲା । ଦୀର୍ଘ ବର୍ଷ ରୁ ନଦୀ ଗର୍ଭରେ ବାବାଙ୍କ ମନ୍ଦିର ଲୀନ ହେବାରେ ଲାଗିଛି । ଏଣୁ ମନ୍ଦିରର ସୁରକ୍ଷା ପାଇଁ ଏକ ପାଚେରୀ ନିର୍ମାଣ,ମନ୍ଦିର କୁ ଯିବାଆସିବା କରିବା ପାଇଁ ରାସ୍ତା ରୁ ଜବରଦଖଲ ହଟାଇ ପ୍ରଶସ୍ତ ରାସ୍ତା କରିବାପାଇଁ ଓ ମନ୍ଦିର ସାମନାରେ ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ କେତୋଟି ଦୋକାନ ଗୃହ ନିର୍ମାଣ କରିବା, ମନ୍ଦିରରେ ହେଉଥିବା ଜଳସାଇ,ଜପ , ବିବାହ ଓ ବିଭିନ୍ନ ପୂଜା ରୁ କିଛି ଅନୁଦାନ ସଂଗ୍ରହ କରିବା ପାଇଁ ଏବଂ ଏକ ଦାନ ବାକ୍ସ ରଖିବା, ମନ୍ଦିର ପରିବେଶ ସ୍ଵଚ୍ଛ ଓ ପରିଷ୍କାର ରଖିବା ପାଈଁ ଦୁଇ ଜଣ ଲୋକ ନିଯୁକ୍ତି କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଏବଂ ତାର ଦରମା ସଂଗୃହିତ ପଇସାରୁ ଖର୍ଚ୍ଚ କରିବାପାଇଁ ନିଷ୍ପତ୍ତି ନିଆଗଲା । ଭକ୍ତ ପର୍ଯ୍ୟଟକ ଙ୍କ ଗମନାଗମନ ଲାଗି ଏହି ମନ୍ଦିର ରୁ ଅଙ୍ଗ ନଦୀ ଧଉରା ଖମନ ଯାଏ ଏକ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କୁ ଶୀଘ୍ର ଆରଂଭ ପାଇଁ ଆଲୋଚନା ହୋଇଥିଲା । ପରିଶେଷରେ ଉପରୋକ୍ତ ବିଷୟବସ୍ତୁ କୁ ଜିଲ୍ଲା ଜଜ, ଜିଲ୍ଲାପାଳ ଓ ଦେବୋତ୍ତର ଅଧିକାରୀ ଙ୍କୁ ଜଣାଇ ଶୀଘ୍ର କାର୍ଯ୍ୟ କରିବା ପାଇଁ କମିଟିର ଚେୟାରମ୍ୟାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବର୍ଣ୍ଣପୁର ଙ୍କୁ ଅନୁରୋଧ କରାଗଲା । ତାପରେ ନୂତନ କୋର କମିଟି ର ସଦସ୍ୟ ଭାବରେ ରାଜୀବ ଲୋଚନ ପୁରୋହିତ (ସଭାପତି ) , ବାଳମୁକୁନ୍ଦ ପୁରୋହିତ (କୋଷାଧ୍ୟକ୍ଷ), ଘନଶ୍ୟାମ ମେହେର (ସମ୍ପାଦକ), ବିରଞ୍ଚି ସାହୁ ,ଅର୍ଜୁନ ନାଏକ , ହିମାଂଶୁ ନାଏକ , କୃଷ୍ଣଚନ୍ଦ୍ର ମେହେର ଙ୍କୁ ସଦସ୍ୟ ଭାବରେ ମନୋନୀତ କରଯାଇଛି । ଆଜିର ବୈଠକ ରେ ମନୋରଞ୍ଜନ ତ୍ରୀପାଠୀ, ପର୍ଶୁରାମ ବଡ଼ ମାଳି, ଭିକାରୀ ଝାଙ୍କର, ଜଗା ବଡ଼ ମାଳି, ଆଦିତ୍ୟ ପାଢ଼ୀ, ଆସ୍ତିକ ବଡ଼ ମାଳି, ଭୁବନେଶ୍ଵର ବଡ଼ ମାଳି, ବିରଞ୍ଚି ସାହୁ, ରାଜୀବ ପୁରୋହିତ, ଙ୍କ ସମେତ ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଈ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।

ରିପୋର୍ଟ୍ -ଶାନ୍ତୁନୁ କୁମାର କର୍ଣ୍ଣ

Leave A Reply

Your email address will not be published.