ବ୍ରହ୍ମପୁର,୨୬/୧୦(ପିପିଟି):ଆଜି ମହାନ୍ ସଂଘ ତରଫରୁ ଚାଳିଶି ତମ ବାର୍ଷିକ ମସୋତ୍ସବ’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା,ସଂଘ ସଭାପତି ସୁଶାନ୍ତ ସାବତଙ୍କ ତତ୍ୱାବଧାନରେ “ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ୍ ସ୍କୁଲ”ପରିସରରେ ଆୟୋଜିତ ହୋଇଯାଇଛି।
ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଗୃହିଣୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଯେଉଁ ଥିରେକି,ନୃତ୍ୟ ଗୀତ ସହ ମହିଳାଙ୍କ ଦ୍ୱାରା ରଙ୍ଗୋଲି-ଝୋଟି,ମେହେନ୍ଦି,ବିନା ଅଗ୍ନିରେ ଖାଦ୍ୟ ପ୍ରସ୍ତୁତି,ହୁଳହୋଳି ଓ ଶଙ୍ଖ ଧ୍ଵନି ପ୍ରତିଯୋଗିତା ରଖାଯାଇଥିଲା । ଶତାଧିକ ପ୍ରତିଯୋଗି ଏଥିରେ ଭାଗ ନେଇଥିଲେ। ସବୁର ପୁରସ୍କାର ବିତରଣ ଆସନ୍ତା ନଭେମ୍ବର ଦୁଇ (୦୨/୧୧/୨୦୨୫) ତାରିଖ ଦିନ ଗଞ୍ଜାମ କଳା ପରିଷଦ ଠାରେ ଚଳିଶିତମ୍ ବାର୍ଷିକ ଉତ୍ସବ ଅବସରରେ ବିତରଣ କରାଯିବ।
ସମସ୍ତ ଅଭିଭାବକଙ୍କ ଉପସ୍ଥିତି ରେ ଆଜି ପାଳିତ ଏଇ କାର୍ଯ୍ୟକ୍ରମ ବହୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ହୋଇଥିବା ବେଳେ ଏଥିରେ ନୃତ୍ୟ ବିଚାରକ ଭାବେ ଅମ୍ବିକା ଦାଶାରୀ, ଡି.ସମୀର,ସଂଙ୍ଗିତା ପାଣିଗ୍ରାହୀ, ଇନ୍ଦ୍ରାଣୀ ସାବତ, ସୁନନ୍ଦା ମହାପାତ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର, ମନୋରଞ୍ଜନ ପାଢି,ଉମା ଶଙ୍କର ପାଣି,ପ୍ରକାଶ ଚନ୍ଦ୍ର ଭାଜାନି, ତପନ କୁମାର ପଣ୍ଡା,ମୀନା ଦାଶ, ସୁଡ଼ିପା ସାହୁ,ପୁଷ୍ପାଞ୍ଜଳି ମହାପାତ୍ର, ଗାୟତ୍ରୀ ପଣ୍ଡା, ସାଧନା ପାଢି,ସୁନନ୍ଦା ମହାପାତ୍ର,ନଲିନି ସାହୁ, ମନୋଜ କୁମାର ସାହୁ ଇତ୍ୟାଦି ସକ୍ରିୟତା ପୂର୍ଣ୍ଣ ଯୋଗ ଦେଇଥିଲେ ।