ମାଲକାନଗିରି,୧୮/୧୦(ପିପିଟି):ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚାୟତ ନିକଟସ୍ଥ କୁମ୍ଭାର ଗୁଡା ଗାଁ ର ଗଉରୀ କୁମ୍ଭାର ନାମ୍ନୀ ଜଣେ ମହିଳା ସକାଳ ୮ ଘଟିକା ସମୟରେ ମୁଣ୍ଡରେ କିଛି କାଠ ବୋଝ ଧରି ନିଜ ଗାଁ କୁ ଆସୁଥିବା ବେଳେ
ଜୟପୁରରୁ ମାଲକାନଗିରି ଅଭିମୁଖେ ଆସୁଥିବା ଏକ ପେଟ୍ରୋଲ
ଟାଙ୍କି ଗାଡ଼ିରେ ଧକ୍କା ହୋଇ ରାସ୍ତା ଉପରେ କଚାଡି ହୋଇ ଗୁରୁତର ଆହତ ହୋଇ ମୃତ୍ଯୁ ବରଣ କରିଥିବା ଜଣା ପଡ଼ିଛି
। ଗଉରୀ କୁମ୍ଭାର (୫୫) ଦୀପାବଳୀ ଉପଲକ୍ଷେ ତାଙ୍କର କୌଳିକ ବୃତ୍ତି କୁମ୍ଭାର କାର୍ଯ୍ୟ କରିବା। ଆଗକୁ ଦୀପାବଳୀ ହେତୁ କିଛି ଶୁଖିଲା କାଠ ଜଙ୍ଗଲରୁ ସଂଗ୍ରହ କରି ମୁଣ୍ଡରେ ବିଡା ବାନ୍ଧି ଆଣୁଥିଲେ। ସକାଳ ୮ ଘଟିକା ସମୟରେ ସେ ୩୨୬ ନମ୍ବର ଜାତୀୟ ରାଜପଥ ପାରି ହୋଇ ଆସୁଥିବା ସମୟରେ ଜୟପୁରରୁ ମାଲକାନଗିରି ଅଭିମୁଖେ ଆସୁଥିବା ପେଟ୍ରୋଲ ଟାଙ୍କି ଗାଡି
ନମ୍ବର:ନମ୍ବର:କେଏ୩୨ଏଏ ୦୧୧୯ ସହିତ ନିଜର କାଠ ଗୋଛା ଧକ୍କା ହୋଇଥିଲା। ଫଳରେ ଦ୍ରୁତ ଗତିରେ ଆସୁଥିବା ଗାଡି ଧକ୍କା ହେବା ଯୋଗୁଁ ଗଉରୀ କୁମ୍ଭାର ରାସ୍ତାରେ କଚାଡି ହୋଇ ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ପାଣ୍ଡ୍ରିପାଣି ସ୍ବାସ୍ଥ୍ୟ କେନ୍ଦ୍ର ଗଉରୀ ଙ୍କୁ ଭର୍ତ୍ତି କରିଥିଲେ। ଅବସ୍ଥା ସାଙ୍ଘାତିକ ହେବା ଫଳରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗଉରୀ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ମାଲକାନଗିରି ପୋଲିସ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭର କୁ ଗିରଫ କରିଛି। ତେବେ ପେଟ୍ରୋଲ ଗାଡ଼ିଟି କର୍ଣ୍ଣାଟକ ରାଜ୍ୟର ବୋଲି ଜଣା ପଡିଛି। ସେ ଦାମନଯୋଡିରେ ପେଟ୍ରୋଲ ଫିଲିଙ୍ଗ କରି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ପାଣ୍ତ୍ରିପାଣି ଠାରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ଶବ ହସ୍ତାନ୍ତର କରିଛି। ଶବ ଦାହ ଲାଗି ଗାଡ଼ି ମାଲିକ ୫୦ ହଜାର ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)