ପିପୁଲସ କଲେଜରେ ଯୁବ ରେଡ଼କ୍ରସ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ ପାଳନ।

0 141

ପୋଲସରା,୧୬/୧୦ (ପିପିଟି) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଯୁବ ରେଡ଼ କ୍ରସ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସିପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଉଦଘାଟନ କରିଥିଲେ। ପିପୁଲସ କଲେଜର ଯୁବ ରେଡ଼ କ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓପିଇଓ ରଜନୀ କୁମାରୀ ପୃଷ୍ଟି ମାତୃ ସ୍ତନ୍ୟପାନ ର ଉପକାରୀତା ବିଷୟରେ ଆଲୋକପାତ କରିଥିଲେ। ଆୟୁଷ ଡାକ୍ତର ହିମାଂଶୁ ଶେଖର ପଣ୍ଡା ଭିଟାମିନ ଓ ମିନୋରାଲ ବିଷୟରେ ମନ୍ତବ୍ୟ ଦେଇଥିଲେ। ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ସ୍ୱାସ୍ଥ୍ୟକର ଗ୍ରାମୀଣ ଜୀବନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଉତ୍ତମ ଓ ପୃଷ୍ଟିକର ଖାଦ୍ୟର ଜୀବନ ଶୈଳୀ ଉପରେ ପ୍ରଭାବ ବିଷୟରେ ବର୍ଣ୍ଣନା କରିଥିଲେ। ଯୁବ ରେଡ଼ କ୍ରସ ର ମହିଳା ଉପଦେଷ୍ଟା କ୍ରିଷ୍ଣା କୁମାରୀ ବର୍ଗେ ମୋଟାପଣର କାରଣ ଓ ପ୍ରତିକାର ବିଷୟରେ ମନ୍ତବ୍ୟ ଦେଇଥିଲେ। ଶେଷରେ ଯୁବ ରେଡ କ୍ରସ ସ୍ୱେଚ୍ଛାସେବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.