କଦଳୀ କାନ୍ଦି ତଳେ ଗଞ୍ଜେଇ ଚାଲାଣ;୧୦୦କେଜି ଗଞ୍ଜେଇ ସହ ପିକାଅପ ଭ୍ୟାନ୍ ଜବତ ।

0 388

ଭଞ୍ଜନଗର, ୦୮/୧୦(ପିପିଟି ):ଗଞ୍ଜେଇ ମାଫିଆ ମାନେ ନିଜ ଉଦ୍ଦେଶ୍ୟରେ ସଫଳ ହେବା ପାଇଁ ଦିନକୁ ଦିନ ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।ଆଜି ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଏକ କଦଳୀ କାନ୍ଦି ବୋଝେଇ ପିକ୍ ଅପ ଭ୍ୟାନ୍ ରୁ ଗଞ୍ଜେଇ ଜବତ କରି ଚାଳକକୁ ଗିରଫ କରିଛି। ବ୍ୟବସାୟିକ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ଏହି ଭ୍ଯାନ୍ ବାହାରି ଭୁବନେଶ୍ବର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ଯୁବକ ସହ ପିକାଅପ ଅପ ଭ୍ୟାନ୍ କୁ ଭଞ୍ଜନଗର ଅବକାରୀ ବିଭାଗ ଜବତ କରିଛି।ଗିରଫ ଯୁବକ ଜଣକ ହେଲେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଧିନରେ ଥ‌ିବା କଙ୍କଡାଯୋଡି ଗ୍ରାମର ସୁବ୍ରତ ପ୍ରଧାନ।ଅବକାରୀ ବିଭାଗ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଏକ ଭ୍ୟାନ୍ ରେ ଗଞ୍ଜେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ବ୍ଲକ ଗୋଲାପଡା ଛକରେ ଗାଡିଟିକୁ ଅବକାରୀ ବିଭାଗ ଅଟକାଇ ଥିଲା।ତଲାସୀ ନେବାରେ ଗାଡ଼ିରେ ପ୍ରାୟ ୩୦ଟି କଦଳୀ କାନ୍ଦି ତଳେ ୪ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାହାକୁ ଓଜନ କରିବାରେ ୧୦୦କେଜି ଥିବା ଜଣାପଡ଼ିଛି।ଏ ନେଇ କେସ ନଂ ୧୦୨/୨୫ ରେ ଏକ ମାମଲାରେ ରୁଜୁ କରାଯାଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଡମ୍ବରୁଧର ହରିଜନ ସୂଚନା ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.