ଗୁରୁ ଶିଷ୍ୟ ହୃଦୟର ଜାଗ୍ରତ ପ୍ରହରୀ।

0 344

ବୋଲଗଡ଼,୦୫/୧୦(ପିପିଟି):ବିଶ୍ଵ ଗୁରୁ ଦିବସ ପ୍ରତିବର୍ଷ ଅକ୍ଟୋବର ୫ତାରିଖରେ ପାଳନ କରାଯାଏ। ଗୁରୁ ମାନଙ୍କର ଗୁରୁତ୍ବ ପୁର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହା ୧୯୧୪ ମସିହାରୁ ୟୁନେସ୍କୋ ଦ୍ୱାରା ପାଳନ କରାଯାଉଛି। ଏହି ଦିନଟି ଶିକ୍ଷା ବ୍ୟବସ୍ଥାରେ ଗୁରୁ ମାନଙ୍କର ଅବଦାନ ସ୍ମରଣ କରେ ଏବଂ ସମାଜ ଗଠନରେ ସେମାନଙ୍କର ଅମୂଲ୍ୟ ଯୋଗଦାନକୁ ସ୍ୱୀକାର କରେ। ଏହି ଅବସରରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ରବିବାର ଦିନ ବିଶ୍ୱ ଗୁରୁ ଦିବସ ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳାଙ୍ଗ ସାଧନ କେନ୍ଦ୍ର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବୋଲଗଡ଼ ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁ, ୧୨ଟି ସାଧନ କେନ୍ଦ୍ରର ସଂଯୋଜକ ଏବଂ ଏମଆଇଏସ ବବ୍ରୁ ବାହାନ ବେହେରା ଯୋଗ ଦେଇ ରାଷ୍ଟ୍ରର ପ୍ରଗତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ନିର୍ଭରଶୀଳ। ସେମାନେ ଜାତିର ନିର୍ମାତା ଓ ସମାଜର ମେରୁଦଣ୍ଡ.’ଶିକ୍ଷକ’ର ୩ ଅକ୍ଷର ସୂଚାଉଥିବା ଶିଷ୍ଟାଚାରୀ, କ୍ଷମାଶୀଳ ଓ କର୍ତ୍ତବ୍ୟ ପରାୟଣ ପରି ସୁଗୁଣ ଧାରଣ କରି ବିଦ୍ୟାର୍ଥୀର ପିତା, ସଖା ଏବଂ ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଆଦର୍ଶ ସ୍ଥାନୀୟ
ଗୁରୁଙ୍କର କଥା ଓ କାର୍ଯ୍ୟରେ ମେଳ ରହିଥାଏ। ଶିକ୍ଷକଙ୍କ ଶକ୍ତି ଅସୀମ।ସାଧାରଣ କୋମଳମତି ଛାତ୍ରଛାତ୍ରୀଙ୍କ ସୁପ୍ତ ଧୀଶକ୍ତି ଜାଗ୍ରତ କରିବାର କୁହୁକ କାଠି ଶିକ୍ଷକଙ୍କ ପାଖରେ ଥାଏ। ତାଙ୍କର ସାଧନା ଓ ପ୍ରେରଣା ଦ୍ୱାରା ଛାତ୍ରର ଧୀଶକ୍ତି ପରିପୁଷ୍ଟ ହୁଏ ଓ ଚରିତ୍ର ଗଠନ ହୁଏ। ଗୁରୁଭକ୍ତି ଛାତ୍ରର ଭୂଷଣ,ଗୁରୁକୃପା ଶିଷ୍ୟକୁ ସମାଜର ଶୀର୍ଷ ସ୍ଥାନରେ ଉପନୀତ କରାଏ। ଗୁରୁଜୀ ଓ ଗୁରୁ ମାଆଙ୍କ ନାଲି ଆଖିର ନିର୍ଦ୍ଦେଶ ଓ କଠୋର ଶାସନ ଶିଷ୍ୟ ପାଇଁ ଆଶୀର୍ବାଦ ହୋଇଥାଏ। ଆଜିର ସମାଜରେ ବିଶ୍ୱାମିତ୍ର, ବଶିଷ୍ଠ, ସନ୍ଦୀପନି ଓ ଧୌମ୍ୟାଙ୍କ ପରି ଆଚାର୍ଯ୍ୟଙ୍କର ଅଭାବ ରହିଛି।
ଅନ୍ତିମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟ। ଜିଲ୍ଲା ସହ ଶିକ୍ଷାଧିକାରିଣୀ ରଶ୍ମିବାଳା ପରିଡ଼ା। ପ୍ରଜ୍ଞା ପରମିତା ଜେନା ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିଜୟ
କୁମାର ବେହେରାଙ୍କ ନିର୍ଦ୍ଦେଶ ପାଳନ କରି ବୋଲଗଡ଼ ମଣ୍ଡଳରେ
ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ରେଟିଂ ବୃଦ୍ଧି, ଆସ ସ୍କୁଲ ଯିବା, ଉଲ୍ଲାସ ଯୋଜନାରେ ନିରକ୍ଷରତା ଦୂରୀକରଣ ନିମିତ୍ତ ନିଜେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମ୍ପୃକ୍ତି ବୃଦ୍ଧି କରିବା,ରେଜ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରତି ମାଧ୍ୟମିକ ବିଦ୍ୟାଳୟରେ ଓ ଦୁର୍ବଳ ବିଦ୍ୟାର୍ଥୀ ପ୍ରତି ସମସ୍ତ ଶିକ୍ଷାଳୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସ୍ୱତନ୍ତ୍ର ଧ୍ୟାନ
ପ୍ରତି ନଜର ରଖିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ,ପରିଶେଷରେ ପିଚୁକୁଳି ସାଧନ କେନ୍ଦ୍ରର ସଂଯୋଜକ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.