ଭଞ୍ଜନଗର, ୪/୧୦(ପିପିଟି):ଭଞ୍ଜନଗର ଅଞ୍ଚଳରେ ଜୁଆ ଖେଳ ରୋକିବାକୁ ପୋଲିସ ପକ୍ଷରୁ ରୀତିମତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।ଅନେକ ପୋଲିସ ହାତରେ ମଧ୍ୟ ଧରା ପଡିଲେଣି।ହେଲେ ମଧ୍ୟ ଜୁଆଡ଼ି ମାନେ ଲୁଚିଛପି ନିଜ ଚେଷ୍ଟା ଜାରି ରଖିଛନ୍ତି।ଗତକାଲି ରାତିରେ ଭଞ୍ଜନଗର ପୋଲିସ ପକ୍ଷରୁ ସ୍ଥାନୀୟ ବଡ଼ ଧୋବା ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରା ଯାଇଥିଲା।ସେଠାରୁ ମୋଟ ୧୨ଜଣ ଜୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ୪୦,୩୦୦ଟଙ୍କା ଓ ୧୫ଟି ମୋବାଇଲ ଜବତ କରିଛି।ଏହି ଘଟଣାରେ ୧୧୧୮/୨୫ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)