ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା କଲା ସାଙ୍ଗ ।

0 183

ଭଞ୍ଜନଗର, ୦୧/୧୦(ପିପିଟି ):ଶତ୍ରୁତା ଆଗରେ ବନ୍ଧୁତାର ମୂଲ୍ୟ କିଛି ନାହିଁ।ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଗାଙ୍ଗପୁର ପୋଲିସ। ଗତ ମାସ ୨୮ତାରିଖରେ ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମର ମନସା ବିଷୋୟୀଙ୍କ ନାବାଳକ ପୁଅ ଘରୁ ନିଖୋଜ ଥିଲେ। ଖୋଜାଖୋଜି କରି ପୁଅକୁ ନ ପାଇବାରୁ ମନସା ଗାଙ୍ଗପୁର ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ।ଘଟଣା କୁ ନେଇ ୫୫୪/୨୫ରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଗତ ୩୦ତାରିଖରେ ଉକ୍ତ ନାବାଳକର ମୃତଦେହ ରାମନାପଲି ଗ୍ରାମ ନିକଟବର୍ତ୍ତୀ କାଜୁ ଜଙ୍ଗଲରେ ଚିହ୍ନଟ ହୋଇଥିଲା। ତାର ମୁଣ୍ଡ, ପେଟ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ ଆଘାତ ଲାଗିଥିଲା।ଘଟଣାସ୍ଥଳରୁ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟ ମଟମ ପାଇଁ ପଠାଯାଇଥିଲା।
ତଦନ୍ତ ସମୟରେ ଜଣାପଡିଲା ଯେ ପୂର୍ବ ଶତ୍ରୁତା ଯୋଗୁଁ ତାକୁ ତାର ଜଣେ ନାବାଳକ ବନ୍ଧୁ ହତ୍ୟା କରିଥିଲେ। ମୃତକକୁ ଲୁହା ପାଇପ୍ ଏବଂ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ପରେ ମୃତଦେହକୁ ନିକଟସ୍ଥ ବୁଦା ଅଞ୍ଚଳରେ ଗୋଟିଏ ସବୁଜ ରଙ୍ଗର ପ୍ଲାଷ୍ଟିକ୍ ଜାଲ ଏବଂ ଗଛର ଡାଳପତ୍ର ଘୋଡ଼ାଇ ଲୁଚାଇ ରଖିଥିଲେ। ଅପରାଧରେ ବ୍ୟବହୃତ ଗୋଟିଏ ଲୁହା ପାଇପ୍ ଏବଂ ଗୋଟିଏ ଛୁରୀ, କାଠ ହ୍ୟାଣ୍ଡେଲ ଏବଂ ସାଇକେଲକୁ ଜଙ୍ଗଲ ଭିତରୁ ପୋଲିସ ଜବତ କରିବା ସହ ଅପରାଧୀ ନାବାଳକକୁ ଆଜି ଗିରଫ କରି ଛତ୍ରପୁର ଅତିରିକ୍ତ ଜେଜେବି କୋର୍ଟକୁ ପଠାଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.