ଭଞ୍ଜନଗର, ୦୧/୧୦(ପିପିଟି):ନବରାତ୍ରୀ ପାଳନ ଅବସରରେ ଭଞ୍ଜନଗର ରୋଟାରୀ କ୍ଲବ ଓ ଇନର୍ ହୁଇଲ କ୍ଲବ ମିଳିତ ଆନୁକୂଲ୍ୟରେ ବାଇପାସ ରୋଡ଼ରେ ଥିବା କାର୍ଯ୍ୟାଳୟ ଠାରେ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଭଳି ଏକ ନିଆରା କାର୍ଯ୍ୟକ୍ରମ ପ୍ରଥମ ଥର ଆୟୋଜିତ ହୋଇଥିବାରୁ ସମସ୍ତଙ୍କ ମନରେ ଆଗ୍ରହ ଭରି ରହିଥିଲା। ଏଥିରେ ଉଭୟ କ୍ଲବର ପୁରୁଷ,ମହିଳା ସଦସ୍ୟମାନଙ୍କ ସମେତ ସେମାନଙ୍କ ପିଲାମାନେ ମିଶି ବିଭିନ୍ନ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ।ଏଥିରେ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ଵର ସୁବୁଦ୍ଧି, ଇନର୍ ହୁଇଲ କ୍ଲବ ସଭାପତି ସୁନିତା କୁମାରୀ ବାରିକ, ସମ୍ପାଦକ ଏସ. ବବିତା ସୁବୁଦ୍ଧି ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)