ବୋଲଗଡ଼ ଗ୍ରାମପଞ୍ଚାୟତରେ ପ୍ରଶାସନ ଗାଁକୁ ଚାଲ ଶିବିର ଅନୁଷ୍ଠିତ।

0 238

ବୋଲଗଡ଼,୦୮/୦୯(ପିପିଟି) :ସରକାର ବଦଳିବା ପରେ ପଲ୍ଲୀ ରୁ ପ୍ରଶାସନ ଭଳି କାର୍ଯ୍ୟକ୍ରମ ଯାରିରହିଛି। ସେହି କ୍ରମରେ ପ୍ରଥମେ ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାସ ପ୍ରଧାନ,ଗୋଷ୍ଠି ଉନୟନ ଅଧିକାରୀ ସୁମନ ସୁଦ୍ଧା କୁଣ୍ଡୁ , ତହସିଲଦାର ବିଜୟ କୁମାର ସେଠୀ , ଜିଲ୍ଲାପରିଷଦ ପ୍ରତିନିଧି ଶୁଭେନ୍ଦ୍ର କୁମାର ସାହୁ,ସ୍ତାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ଙ୍କ ସମେତ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ସମେତ ସମିତି ସଭ୍ୟା ଏବଂ ବୋଲଗଡ଼ ଗ୍ରାମପଞ୍ଚାୟତର ସମସ୍ତ ଛାମୁଆ ନେତୃବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହ ତାର ଆଶୁ ସମାଧାନ ପାଇଁ ଚେଷ୍ଟିତ ରହିବାକୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଥିଲେ ତତସହିତ ହିତାଧିକାରୀ ମାନେ କିପରି ପଟା ବଣ୍ଟନ ,ଜାତିଗତ ପ୍ରମାଣ ପତ୍ର ଓ ଆୟ ପ୍ରମାଣ ପତ୍ର,ରାସନ କାଡ ଏବଂ ବିଭିନ୍ନ ସମସ୍ୟା ତୃଟି ଜନିତ ଆଦି ସମାଧାନ କରାଯାଇ ପାରିବ ତାହା ପରାମର୍ଶ ଦେଇଥିଲେ । ଏଥି ସହିତ ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.