ହାତୀଓଟ ନୋଡାଲ୍ ହାଇସ୍କୁଲ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

0 170

ପୋଲସରା ,୨୪/୦୮(ପିପିଟି) :ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟରେ ସମଗ୍ର ଶିକ୍ଷା, ଗଞ୍ଜାମ ଏବଂ ହାତୀଓଟ ନୋଡାଲ୍ ହାଇସ୍କୁଲ ଦ୍ୱାରା ଗୋଟିଏ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଏବଂ ସୁରେନ୍ଦ୍ର ସାଇ ଦିବ୍ୟ ଦୃଷ୍ଟି ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଶିବିରରେ ମୋଟ ୨୨୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇଥିଲା ଏବଂ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ଚକ୍ଷୁ ଚିହ୍ନଟ କରାଯାଇଥିଲା। ୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ଥିବାରୁ ସେମାନଙ୍କୁ ଜିଲ୍ଲା ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ୲ ଏହି କାର୍ଯ୍ୟକ୍ରମରେ ହାତୀଓଟ ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମା ଶଙ୍କର ଦାସ ଏବଂ ବିଦ୍ୟାଳୟର ଶିକ୍ଷକ ନିରାନନ୍ଦ ସାହୁ, ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ସୁନୀତା କୁମାରୀ ବଡ଼ ଜେନା, ରମେଶ ଚନ୍ଦ୍ର ସ୍ବାଇଁ, ସମୀର କୁମାର ଦଳେଇ,ସବିତା ରାଉତ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ଵାଇଁ, କର୍ମଚାରୀ ଆଶିଷ କୁମାର ପାତ୍ର, ଏବଂ ଦୀପକ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଡକ୍ଟର ସିଲା ସୀତାରାମ, ଚକ୍ଷୁ ବିଶେଷଜ୍ଞ ଡକ୍ଟର ଏ. ନାଗେଶ୍ୱର ରାଓ ଆଚାରୀ ଏବଂ ସ୍ରୁଷ୍ଟି ସାହୁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା କରିଥିଲେ। ପୋଲସରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀହର୍ଷବାବୁ ଖାଡ଼ଙ୍ଗା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ପ୍ରଭାସିନି ତ୍ରିପାଠୀ,ବ୍ଲକ ସମ୍ବଳ ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସେଠୀ ଏବଂ କମଳିନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୲ ସମସ୍ତ ସମନ୍ୱିତ ଶିକ୍ଷା ସ୍ୱେଚ୍ଛାସେବକ ଏବଂ ସିଆରସିସି ଶ୍ରୀ ରାକେଶ ରୋଶନ ବେହେରା ବିଦ୍ୟାଳୟରେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.