ବର୍ଷା ହ୍ରାସ ଯୋଗୁଁ ମାଲକାନଗିରି ଜିଲ୍ଲାରେ ଗମନାଗମନ ସ୍ବଭାବିକ ।

0 194

ମାଲକାନଗିରି ୧୯/୦୮(ପିପିଟି):ମାଲକାନଗିରି ଜିଲ୍ଲା ଦୁଇ ଦିନ ହେଲା ପ୍ରବଳ ବୃଷ୍ଟିପାତ ଯୋଗୁଁ ଗମନାଗମନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ବେଳେ ଆଜି ପାଣିପାଗ ରେ ପରିବର୍ତ୍ତନ ଘଟିଛି। ବର୍ଷା ଆଜି ବନ୍ଦ ଯୋଗୁଁ ପୋଲ ଉପରେ ପ୍ରବାହିତ ହେଉଥିବା ଜଳ ପତ୍ତନ ହ୍ରାସ ହୋଇ ଛି। ଦୁଇ ଦିନ ହେବ ଅଟକି ରହିଥିବା ଯାନବାହାନ ଗୁଡ଼ିକ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି।
ଗତ କାଲି ଜାତୀୟ ରାଜପଥ-୩୨୬, ଯାହା ମାଲକାନଗିରିକୁ ମୋଟୁ ଏବଂ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ, ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ପ୍ରମୁଖ ପୋଲ ଉପରେ ବନ୍ୟା ଜଳ ୫-୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏହା ଜାତୀୟ ରାଜପଥ-୩୨୬ ଏବଂ ଅନ୍ୟାନ୍ୟ ପ୍ରମୁଖ ରାସ୍ତାଗୁଡ଼ିକରେ ଯାତାୟାତକୁ ଏକପ୍ରକାର ବନ୍ଦ ହୋଇଥିଲା ବେଳେ ଆଜି ସ୍ବଭାବ ହୋଇଛି।ଜିଲ୍ଲାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗ ବାଡି କେନ୍ଦ୍ର ଗୁଡିକ ଗତ କାଲି ଦିନକ ପାଇଁ ବନ୍ଦ ଥିଲା ବେଳେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଖୋଲି ଥିବା ଜଣା ପଡିଛି । ଗତକାଲି ପଟେରୁ,କାଙ୍ଗୁରକୋଣ୍ଡା, ଏମଭି- ୯୦ ଏବଂ କନ୍ୟା ଆଶ୍ରମ ନିକଟସ୍ଥ ସେତୁ ଉପରେ ଉପରେ ୨-୩ ଫୁଟ ପାଣି ପ୍ରବାହିତ ଯୋଗୁଁ ଯାନବାହାନ ଚଳାଚଳ ସ୍ଥଗିତ ରହିଥିଲା ବେଳେ ଆଜି ସ୍ଥିତିରେ ପରିବର୍ତ୍ତନ ଘଟିଛି। ସକାଳେ ସକାଳେ ଜଳ ସ୍ତର ହ୍ରାସ ହେବାରୁ ଗମନାଗମନ ସ୍ବଭାବିକ ହୋଇଛି। ଗତ କାଲି ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବେଳେ ଆଜି ନିଜ ନିଜର ଗନ୍ତବ୍ୟ ସ୍ଥଳରେ ବସ୍ ଟ୍ରକ୍ ଗୁଡିକୁ ଯାତାୟାତ କରୁଛି। ତେବେ ଖାଲୁଆ ଅଞ୍ଚଳରେ ରୋପଣ କରାଯାଇଥିବା ଧାନ ଜମି ଗୁଡିକରେ ବର୍ତ୍ତମାନ ଜଳ ବନ୍ଦୀ ଅବସ୍ଥାରେ ରହିଛି। ଆଗକୁ ଯଦି ବର୍ଷା ନହୁଏ ତେବେ ଜମିରୁ ଜଳ ନିଷ୍କାସନ ହେଲେ ଧାନ ଫସଲ ଉପରେ ପ୍ରଭାବ ପଡିବ ନାହିଁ। କିଛି ଚାଷୀ ଧାନ ଜମିରେ ରାସାୟନିକ ସାର ପ୍ରୟୋଗ କରିଥିଲେ , ମାତ୍ର ବନ୍ୟା ପରିସ୍ଥିତି ଯୋଗୁଁ ସେ ସବୁ ସାର ପାଣିରେ ଧୋଇ ହୋଇ ବହି ଯାଇଥିବା ହେତୁ ପୁନଶ୍ଚ ରାସାୟନିକ ସାର ପ୍ରୟୋଗ କରିବାକୁ ପଡ଼ିବ। ପ୍ରବଳ ବର୍ଷା ଯୋଗୁଁ ବହୁ ସ୍ଥାନରେ ରାସ୍ତା ଘାଟ ଧୋଇ ହୋଇ ଯାଇଥିବା ବେଳେ ବହୁ ମାଟି ଘର ଭୁଶୁଡ଼ି ପଡ଼ିଥିବା ଜଣା ପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ କ୍ଷେତ୍ର ପ୍ରଦର୍ଶନ କଲେ ବାସ୍ତବ କ୍ଷୟକ୍ଷତି ଆକଳନ ହେବ ବୋଲି କୁହାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.