ମୋଟୁ ବନକର୍ମଚାରୀଙ୍କ ଦ୍ଵାରା ୧୦୭୮ କଇଁଛ ଜବତ,୩ ଗିରଫ।

0 308

ମାଲକାନଗିରି,୦୫/୦୮(ପିପିଟି) :ମାଲକାନଗିରି ମୋଟୁ ବନ କର୍ମଚାରୀମାନଙ୍କ ଦ୍ବାରା ୧୦୭୮ ଗୋଟି ମଧୁର ଜଳ କଇଁଛ ଜବତ ହୋଇଥିଲା ବେଳେ ଏହି କଇଁଛ ଚୋରା ଚାଲାଣରେ ସଂପୃକ୍ତ ୩ ଜଣ ଆସାମୀଙ୍କୁ ଗିରଫ କରାଯାଇଛି।
ଆନ୍ଧ୍ରପ୍ରଦେଶରୁ ମାଲକାନଗିରି ଜିଲ୍ଲାର ଅନ୍ତର୍ଗତ ଏମପିଭି-୬୫ ଗ୍ରାମକୁ କଇଁଛ ଚୋରା ଚାଲାଣ ହୋଇ ଆସିବା ସୂଚନା ଏକ ନିର୍ଭର ଯୋଗ୍ଯ ସୂତ୍ରରୁ ପାଇଲା ପରେ ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଏସିଏଫ ଶ୍ରୀମତୀ ମନସୁନ ଖେମୁଣ୍ଡଙ୍କ ତତ୍ତ୍ବାବଧାନରେ ରେ ମୋଟୁ ବନକର୍ମଚାରୀ ମାନେ ଫରେଷ୍ଟର ମୂରଲୀଧର ଅନୁଗୁଳିଆଙ୍କ ନେତୃତ୍ବରେ ଏକ ଦଳ ଗଠନ କରି ଗତ ରାତି ଠାରୁ ମୋଟୁ ଓ କୋଣ୍ଟା ବ୍ରିଜ ନିକଟରେ ଜଗି ବସିଥିଲେ । ଆଜି ୪ଟା ସମୟରେ ଏକ ବୋଲେରୋ ଗାଡ଼ି ନମ୍ବର:ଓଆର୍୨୪ଏ ୯୧୮୨ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ପୂର୍ବରୁ ଜଗି ରହିଥିବା ବନ କର୍ମଚାରୀମାନେ ଉକ୍ତ ଗାଡିକୁ ତନଖି କରିଥିଲେ। ସେହି ଗାଡ଼ିରେ ୧୦୭୮ ଗୋଟି କଇଁଛ ଥିବା ଦେଖିବାକୁ ପାଇଥିଲେ। ଫଳରେ ଗାଡି ସହିତ କଇଁଛ ଗୁଡ଼ିକୁ ଜବତ କରାଯାଇଥିଲା। ତନ୍ମଧ୍ୟରୁ ୯୧୦ ଟି କଇଁଛ ଜୀବିତ ଥିବା ବେଳେ ୧୦୮ ଗୋଟି କଇଁଛ ମୃତ୍ୟୁବରଣ କରିଥିଲା। ଏହି ଚୋରା ଚାଲାଣ ରେ ମୁଖ୍ୟ ଅଭିଯୁକ୍ତ ସୁକୁମାର ତରଫଦାର ଗ୍ରାମ ଏପିଭି-୬୫, ବିଶ୍ବନାଥ ମଣ୍ଡଳ ଏମପିଭି-୫୬ ଏବଂ ଗାଡ଼ି ଚାଳକ ଯୁଗଳ ଚନ୍ଦ୍ର ଦେବ ଗ୍ରାମ ଦୋର୍ନାପାଲଙ୍କୁ ଗିରଫ କରାଯାଇଥିବା ଏସିଏଫ ମନସୁନ ଖେମୁଣ୍ଡୁ ପ୍ରକାଶ କରିଛନ୍ତି।
ଏହା ବ୍ୟତିତ ଆସାମୀମାନଙ୍କ ଠାରୁ ୩ ଗୋଟି ମୋବାଇଲ ଜବତ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.