ମାଲକାନଗିରି, ୦୫/୦୮(ପିପିଟି) : ଆଜି ମାଲକାନଗିରି ପୌରପରିଷଦ ଦ୍ବାରା ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ରର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ଏହା ଦ୍ୱାରା ବାଲିମେଳା ଛକ ଠାରେ ଲାଗିରହିଥିବା ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ଓ ଏହାଦ୍ବାରା ସହରବାସୀ ଉପକୃତ ହୋଇପାରିବେ । ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ଉପାଧ୍ୟକ୍ଷ କବିତା ମାହୁନ୍ତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)