ଭଞ୍ଜନଗର, ୦୩/୦୮(ପିପିଟି) :ଭଞ୍ଜନଗର ସତ୍ୟସାଇ ବିଦ୍ୟାବିହାର ଠାରେ ଶନିବାର ଓ ରବିବାର ଦୁଇଦିନ ଧରି ଜିଲ୍ଲା ସ୍ତରୀୟ ବାଳବିକାଶ ଗୁରୁ ତାଲିମ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସମେତ ଆସ୍କା, ବୁଗୁଡା, ବେଲଗୁଣ୍ଠା, ପୋଲସରା ସତ୍ୟସାଇ ସମିତି ଓ ଭଜନ ମଣ୍ଡଳୀର ଅନେକ ଗୁରୁ ଓ ଗୁରୁମା ଅଂଶ ଗ୍ରହଣ କରିଥିଲେ ।ଜିଲ୍ଲା ସଭାପତି ଦେବାଶିଷ ମିଶ୍ର,ଜିଲ୍ଲା ଶିକ୍ଷା ସଂଯୋଜିକା ବୈଜୟନ୍ତି ମାଳା ସୁବୁଦ୍ଧି, ପ୍ରଶାନ୍ତ ପ୍ରଧାନ , ଆରତୀ ସୁବୁଦ୍ଧି, ଅମୀୟ ରଞ୍ଜନ, ପବିତ୍ର ରାଉତ, ମାନସୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ବେଦ ପାଠ, ଭଜନ, କୁଇଜ,କ୍ରୀଡ଼ା ସହିତ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନ ଅଭିବୃଦ୍ଧି କରିବା ର ବିଭିନ୍ନ ପ୍ରଣାଳୀ ବିଷୟ ରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)