ଭଞ୍ଜନଗର, ୨୫/୦୭(ପିପିଟି) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଷ୍ଟାଡିୟମ ନିକଟ ଜାତୀୟ ରାଜପଥରେ ଆଜି ସନ୍ଧ୍ୟା ସମୟରେ ଜଣେ ମହିଳା ରୁନୁ ନାୟକ ନିଜ ପୁତୁରା ସହ ମୂଲ କାମ ସାରି ବାଇକ ଯୋଗେ ବିରି ପଦର ଗ୍ରାମକୁ ଫେରୁଥିବା ବେଳେ ରାସ୍ତାରେ ବୁଲା ଗାଈଗୋରୁ ଓ କୁକୁର ଗୋଡ଼ାଗୋଡ଼ି ହେବାରୁ ଗୋଟିଏ କୁକୁର ହାଠାତ୍ ବାଇକ ଚକା ଭିତରେ ପଶି ଯାଇଥିଲା।ଫଳରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହେବାରୁ ଉଭୟେ ଗାଡ଼ିରୁ ଖସି ପଡ଼ି ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ।ଫଳରେ ଖୁଡୀ ଓ ପୁତୁରାଙ୍କ ମୁଣ୍ଡ, ମୁଁହ, ଅଣ୍ଟା, ଆଣ୍ଠୁ ଆଦି ସ୍ଥାନରେ ଗଭୀର ଆଘାତ ଲାଗିଥିଲା।ସେହି ସମୟରେ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ସେହି ରାସ୍ତାରେ ଯାଉଥିବା ବେଳେ ଏହା ଦେଖି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ନେଇ ଘରେ ଛାଡିଥିଲେ।ଆସନ୍ତା କାଲି ଉଭୟଙ୍କର ଏକ୍ସରେ ବାହାର କରାଯିବ।ତାପରେ ସେମାନଙ୍କର ଅଧିକ ଚିକିତ୍ସା କରାଯିବ।ଏ ଖବର ପାଇ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)