କନ୍ଧମାଳ ଜିଲ୍ଲାରୁ ଆସିଲା ଏକ ଲଜ୍ଜା କର ଖବର ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷକ ।

0 317

ବାଲିଗୁଡା, ୧୯/୦୭(ପିପିଟି): ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ତୁମୁଡିବନ୍ଧ ବ୍ଲକ ରାଙ୍ଗାପାରୁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ ହୋଇ ମେଡିକାଲକୁ ଆସିଛି । ଏଥିରେ ମଙ୍ଗଳ ବିଭାଗର କାର୍ଯ୍ୟକାରିତା କୁ ନେଇ ଉଠିଛି ପ୍ରଶ୍ନ । କନ୍ଧମାଳ ଜିଲ୍ଲା ବେଲଘର ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି ।ଖରା ଛୁଟି ପରେ ଛାତ୍ରୀ ଜଣକ ବିଦ୍ୟାଳୟ କୁ ବିଳମ୍ବରେ ଆସିଥିଲେ ଏହା ପରେ ମାସିକ ଋତୁସ୍ରାବକୁ ନେଇ ସନ୍ଦେହ କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ।ଏହା ପରେ ବିଦ୍ୟାଳୟ କର୍ତ୍ତୁପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସାହୁ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିର୍ତ୍ତି କରି ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା କେଶ ନଂ.୮୫/୨୫ ପ୍ରକାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବିଷୟ ପ୍ରକାଶ କରିଛନ୍ତି l ପରିବାର ପକ୍ଷରୁ ଏ ନେଇ ପୂର୍ବରୁ କିଛି ଜାଣିନଥିବା କହିଥିବା ବେଳେ ବିଦ୍ୟାଳୟ କର୍ତ୍ତୁପକ୍ଷ ସୂଚନା ଦେବା ପରେ ଆମେ ଆସି ଡାକ୍ତର ନିକଟକୁ ଯାଇ ପରୀକ୍ଷା କରିବା ପରେ ଡାକ୍ତରଙ୍କ କହିବାନୁଯାଇ ଝିଅ ଗର୍ଭବତୀ ରହିଥିବା ବିଷୟ ଜାଣିପାରିଲୁ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.