କେନ୍ଦୁବାଡି ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ।

0 225

ପୋଲସରା ,୧୫/୦୭(ପିପିଟି) :ଆଜି ପୋଲସରା ବ୍ଲକ୍ କେନ୍ଦୁବାଡି ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ଓ ପରିସ୍ଥିତିର ମୁକାବିଲାକୁ ନେଇ ପୋଲସରା ବନାଞ୍ଚଳ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଭଞ୍ଜନଗର ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର ବେହେରା, ମୁଖ୍ୟବକ୍ତା ଭାବେ ପୋଲସରା ଗୋଷ୍ଠୀ ଶିକ୍ଷାଧିକାରି ଶ୍ରୀହର୍ଷବାବୁ ଖାଡଙ୍ଗା ସମ୍ମାନୀତ ଅତିଥିଭାବେ ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡା, ବନପାଳ ମୁନା ଦାଶ, ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ବାଇଁ ଅବସର ପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ମହାନ୍ତି ଓ ଶିକ୍ଷକ ପ୍ରଭାତ କୁମାର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥି ବୃନ୍ଦ ବନମହୋତ୍ସବର ମୂଳ ଲକ୍ଷ୍ୟ, ପରିବେଶ ପାଇଁ ଗଛର ଆବଶ୍ୟକତା କାହିଁକି ଅତିଜରୁରୀ ଅଟେ ସେସବୁ ଉପରେ ନିଜନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିବାସହ ସରକାରଙ୍କ ମା ପାଇଁ ଗଛ ଟିଏ ସ୍ଲୋଗାନକୁ ସଫଳ କରିବାପାଇଁ ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡପିଛା ଅତି କମରେ ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରିବାସହ ଉଚିତ୍ ଯତ୍ନ ନେବାକୁ ଅନୁରୋଧ କରିଥିଲେ। ପରେ ଅନୁଷ୍ଠାନ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଚାରାରୋପଣ ଅତିଥିମାନେ ଏଵଂ ସମସ୍ତ ଶିକ୍ଷକ ବୃନ୍ଦଙ୍କ ସମେତ ଛାତ୍ରଛାତ୍ରୀମାନେ ଲଗାଇଥିଲେ। ଏତଦ ବ୍ୟତୀତ ବିଦ୍ୟାଳୟର ଛତ୍ରପୁର ଛାତ୍ରୀମାନଙ୍କ ଦ୍ଵାରା ପରିବେଶ ଓ ଜଙ୍ଗଲ ସୁରକ୍ଷାକୁ ନେଇ ଏକ ସଚେତନତା କ୍ଷୁଦ୍ର ନାଟକ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷକ ବିପିନ ବିହାରୀ ସାହୁ ସଭାପତିତ୍ବ କରିଥିବାବେଳେ ତଥା ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ହେମନ୍ତ ନାୟକ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.