ଅନାସ୍ଥା ରେ ହାରିଲେ ବାଲିଛାଇ ପଞ୍ଚାୟତ ସରପଞ୍ଚ ।

0 212

ପୋଲସରା ,୧୧/୦୭(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ସରପଞ୍ଚ ସିଲୁ ବେହେରାଙ୍କ ବିରୋଧରେ ଗତ ମାସ ୨୧/୦୬/୨୫ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ ହୋଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ୧୧/୦୭/୨୫ ତାରିଖ ଦିନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ୧୧ ଓ୍ବାର୍ଡ ବିଶିଷ୍ଟ ବାଲିଛାଇ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଭାବେ ସିଲୁ ବେହେରା ବିଜୟ ଲାଭ କରିଥିଲେ। ନାଏବ ସରପଞ୍ଚ ପର୍ଶୁରାମ ପ୍ରଧାନ, ଓ୍ବାର୍ଡ ମେମ୍ବର ଗୀତା ସାହୁ, ହରେକୃଷ୍ଣ ପାତ୍ର, କ୍ରିଷ୍ଣା ସ୍ବାଇଁ, ରବୀନା ବିଷୋୟୀ, ସୁଶାନ୍ତ କୁମାର ପ୍ରଧାନ, କୁମାରୀ ବେହେରା, ଜୁଲି ସାହୁ, ଝୁନ୍ ଝୁନା ପ୍ରଧାନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସହିତ ଗତ ୨୨/୦୭/୨୫ ତାରିଖରେ ଜଗନ୍ନାଥ ବାଢେଇଙ୍କ ନେତୃତ୍ଵରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ନିକଟରେ ବିଜେପିରେ ସାମିଲ ହୋଇଥିଲେ। ଯାହା ଦ୍ୱାରା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୯ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ ୧ ଖଣ୍ଡ ଭୋଟ ଯାଇଥିଲା ଓ ଜଣେ ଓ୍ବାର୍ଡ ମେମ୍ବର ଅନୁପସ୍ଥିତି ଥିଲେ। ଫଳରେ ଅନାସ୍ଥା ପ୍ରସ୍ତାବରେ ସରପଞ୍ଚ ସିଲୁ ବେହେରା ହାରିଯାଇଥିଲେ। ସରପଞ୍ଚଙ୍କ ମନମୁଖୀ କାର୍ଯ୍ଯ ଓ ଦୁର୍ନୀତି ଗ୍ରସ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପର୍ଣ୍ଣ ମିଥ୍ୟା ଅଟେ ବୋଲି ସିଲୁ ବେହେରା କହିଥିଲେ। ଏଥିରେ ବିଜେପି ନେତା ଜଗନ୍ନାଥ ବାଢେଇ ଅର୍ଥ ବଳରେ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ। ମିଥ୍ୟା ଅଭିଯୋଗ ବିରୁଦ୍ଧରେ ସେ ଆଇନର ଆଶ୍ରୟ ନେଇଛିନ୍ତି ଓ ନିଶ୍ଚିତ ଭାବେ ନ୍ଯାୟ ପାଇବି ବୋଲି ପ୍ରକାଶ କରିଥିଲେ। ନିର୍ବାଚନ ଅଧିକାରୀ ଭାବେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର ଦାୟିତ୍ୱ ତୁଲାଇଥିବା ବେଳେ, ବିଡ଼ିଓ ଶଶିଭୂଷଣ ମହାପାତ୍ର,ଏସଡିପିଓ ସୁଜିତ ନାୟକ ଓ କବିସୂର୍ଯ୍ୟନଗର ଥାନାଧିକାରୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ସହ ଭୋଟ ଶେଷ ହୋଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.