ଭଞ୍ଜନଗର, ୧୧/୦୭(ପିପିଟି):ଭଞ୍ଜନଗର ଥାନା ଜାମପଲ୍ଲୀ ରୋଡ଼ରେ ଥିବା “ଆଇ ବି” ନାମକ ଏକ ବ୍ରୟଲର କୁକୁଡ଼ା ଫାର୍ମ ଅଫସିରେ ଥିବା ହାଇଡ୍ରୋଜେନ ପେରୋସାସଇଡ଼ ଡ୍ରମ ମାତ୍ରାଧିକ ଗ୍ୟାସ ହୋଇ ଫାଟି ଯାଇଥିଲା। ଫଳରେ ସେଠିକାର କର୍ମଚାରୀ, ପଡୋଶୀ ଏବଂ ସେହି ଘରେ ଭଡାକୁ ରହୁଥିବା ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ଅସୁବିଧା ହୋଇଥିଲା। ଭୟଭୀତ ହୋଇ ସମସ୍ତେ ବାହାରକୁ ଦୌଡ଼ି ଆସିଥିଲେ। ପରେ ଅଗ୍ନିଶମ ବିଭାଗ ଆସି ସେଗୁଡିକୁ ବାହାର କରି ଏକ ଖୋଲା ପଡିଆକୁ ଆଣିଥିଲେ। କିଛି ସମୟ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବିଭାଗ ର ସୂଚନା ପ୍ରକାରେ ହାଇଡ୍ରୋଜେନ ପେରୋକସାଇଡ୍ ବସ ବାସ କରୁଥିବା ଘରେ ରଖିବା ଉଚିତ ନୁହେଁ। ବେଆଇନ ଭାବେ ସେହି ସ୍ଥାନରେ ପ୍ରାୟ ଏକ ହାଜର ଲିଟର ଲିକ୍ଯୁଇଡି ରହିଥିଲା ତେଣୁ ଏପରି ପରିସ୍ଥିତି ସୃଷ୍ଠି ହୋଇଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)