ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 254

ଭଞ୍ଜନଗର, ୦୬/୦୭(ପିପିଟି) : ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ମା’ ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜିଲୁଣ୍ଡୀ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ “କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା ଆଇନ) ଏବଂ ବାଧ୍ୟତାମୂଳକ ଶିକ୍ଷାର ଅଧିକାର” ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସ ଯୋଗ ଦେଇ ସୁପ୍ରିମକୋର୍ଟ ଦ୍ଵାରା ପ୍ରଣୀତ ବିଭିନ୍ନ ଶିଶୁ ନ୍ୟାୟ ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ।ସେହିପରି ବରିଷ୍ଠ ଦିୱାନୀ ବିଚାରପତି ଦେବାଶିଷ ବିଶୋୟି ଶିଶୁ ନ୍ୟାୟ ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ।ଆଇନଜୀବି ରଜତ ଦାସ ଏହି ଆଇନ ସମ୍ପର୍କିତ ଅନ୍ୟାନ୍ୟ ବିଷୟ ଉପରେ ବର୍ଣ୍ଣନା କରି ଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରୋଜ ଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.