କାର ଦୁର୍ଘଟଣାରେ ଜଣେ ଗୁରୁତର ।

0 333

ଭଞ୍ଜନଗର, ୦୬/୦୭(ପିପିଟି):ଭଞ୍ଜନଗର ସହରତଳି ଲଣ୍ଡେଇସାହି ସତ୍ୟସାଇ ମନ୍ଦିର ନିକଟରେ ଆଜି ମଧ୍ୟାହ୍ନ ସମୟରେ ଗୋଟେ ଆର୍ଟିକା କାର ଏକ ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଭଞ୍ଜନଗର ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଡ୍ରାଇଭର ଗୋରା ଚାନ୍ଦ ପଟ୍ଟନାୟକ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଚାଳକ ଫେରାର ହୋଇଯାଇଛନ୍ତି। ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।ଘଟଣାରୁ ପ୍ରକାଶ ଯେ, ଏହି କାର୍‌ ଲଣ୍ଡେଇସାହି ରାସ୍ତାଦେଇ ମୁଖ୍ୟ ରାସ୍ତା ଆଡ଼େ ଆସୁଥିଲା। ଗାଡ଼ିଟି ଦ୍ରୁତଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ସେଠାରେ ଦୋକାନ କରିଥିବା ମୁରଲୀ ରାଉତଙ୍କ ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଗୋରା ଚାନ୍ଦ ଗୁରୁତର ହୋଇଥିଲେ। ଏଥିସହ ପଡ଼ୋଶୀ ଘରେ ଥିବା ଜଣେ ଛାତ୍ରଙ୍କ ଏକ ସାଇକେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ମୁରଲୀ ତାଙ୍କର ପଡ଼ିଶା ଦୋକାନରେ ଥିବା ଯୋଗୁଁ ସେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। କିନ୍ତୁ ତାଙ୍କର ଦୋକାନ ଘର ସମେତ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ ହୋଇଯାଇଛି।ଅପରାହ୍ନ ସମୟରେ ପୋଲିସ ତରଫରୁ କ୍ରେନ ଦ୍ୱାରା ଉକ୍ତ କାରଟିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

 

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.