ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଆକ୍ରମଣରେ ୧୦ ଖ୍ରୀଷ୍ଟିଆନ ବ୍ଯକ୍ତି ଆହାତ ।

0 69

ମାଲକାନଗିରି,୨୨/୦୬(ପିପିଟି) :ମାଲକାନଗିରି ଥାନା ଅନ୍ତର୍ଗତ କତାମାଟେରୁ ଗାଁ ରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୧୦ ଜଣ ଖ୍ରୀଷ୍ଟାୟାନ ସଂପ୍ରଦାୟ ଲୋକମାନେ ଗୁରୁତର ଆହାତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଚିକତ୍ସିତ ହେଉଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗ୍ରମରେ ଥିବା ଚର୍ଚ୍ଚାରେ କିଛି ଖ୍ରୀଷ୍ଟିୟାନ ସଂପ୍ରଦାୟ ବ୍ୟକ୍ତିମାନେ ସାମୂହିକ ପ୍ରାର୍ଥନା କରି ନିଜ ନିଜ ଘରକୁ ଫେରୁଥିବା ବେଳେ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକମାନେ ହାତରେ ମାରଣାସ୍ତ୍ର ଧରି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣ ଶନିବାର ଦିନ ୧.୪୦ ମିନିଟରେ ହୋଇଥିଲା। ଏଥିରେ ୧୦ ଜଣ ଖ୍ରୀଷ୍ଟାୟାନ ଲୋକମାନେ ଗୁରୁତର ଆହତ ସୋଇଥିଲେ। ସେମାନେ ହେଲେ ମାଟାପକା ଗାଁ ର ଲକ୍ଷ୍ମଣ କୁମାର ବେଟି (୨୯),ଭୀମା ମାଡକାମୀ (୩୧),ଆୟାତା ମାଡି(୪୨), ଗଙ୍ଗା ସୋଡି(୩୫)ବେଲବାପାଲ୍ଲୀ ଗାଁ ର ଆୟେତେ ମାଡକାମୀ(୪୧), ଟିଟଙ୍ଗ ଗାଁ ର ଶୁକ୍ଳା ମାଢି (୫୫), ଏରବାନପଲ୍ଲୀ ଗାଁ ର ପଦିଆ କବାସୀ (୪୪), ଇର୍ମା ମାଡି(୪୧) ,ଦୁବେଲ ଗୁଡା ଗାଁ ର କାନା ମାଡି(୪୬) ଓ ଗୁଟୁମଗୁଡା ଗାଁ ର ଶାମ୍ରୁ ମୂଷାକୀ ବୋଲି ଏତଲାରେ ଦର୍ଶାଇଛି ।
ଘଟଣା ସ୍ଥଳରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ବିନୋଦ ପାଟିଲ ଏଚ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ପୁଲିସ ସଦଳ ବଳ ପହଁଚି ପତିସ୍ଥିତିକୁ ଆୟତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଗ୍ରାମରେ ଶାନ୍ତି ପ୍ରତିଷ୍ଠା ସହ ପରିସ୍ଥିତିକୁ ଆୟତ୍ତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରା ଯାଇଥିବା କଥା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ରିପୋର୍ଟ- କେଶବ ଚନ୍ଦ୍ର ନାୟକ

Leave A Reply

Your email address will not be published.