ବାଲିମେଳାରେ ପାଳନ ହେଲା ବିଶ୍ୱ ଯୋଗ ଦିବସ ।

0 165

ମାଲକାନଗିରି,୨୧/୦୬(ପିପିଟି) :ବିଜ୍ଞାପିତ ଅଞ୍ଚଳ ବାଲିମେଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜ୍ଞାନ ମହା ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଇଣ୍ଡୋର ଷ୍ଟାଡିଅମ ପରିସରରେ ପାଳିତ ହୋଇଛି ୧୧ତମ ବିଶ୍ବ ଯୋଗ ଦିବସ l ବାଲିମେଳା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଯୋଗ ଶିକ୍ଷକ ରାମ କୃଷ୍ଣ ଚୌଧୁରୀ, ସମାଜ ସେବୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜିତେନ୍ଦ୍ର ପାଇକରାଏ, ରାଜେନ୍ଦ୍ର ପ୍ରସାଦ ଜେନା, କମଳ ଲୋଚନ ବେହେରା ଓ ଟୁକୁଲା ପ୍ରଧାନ ସହଯୋଗରେ ଯୋଗ ଦିବସ ପାଳନ ଉପରେ ମତବ୍ୟକ୍ତ କରିଥିଲେ ।
ଏକ ରାଲି ଯୋଗେ ପିଲାମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ନଗର ପରିକ୍ରମା କରି ଯୋଗ ଦିବସ ଗୋଟିଏ ଦିନ ନୁହେଁ, ପ୍ରତିଦିନ ଯୋଗ କରିବା, ସୁସ୍ଥ ଜୀବନ ଯାପନ କରିବା, ସକାଳୁ ଶୀଘ୍ର ଉଠିବା ପ୍ରଭୃତି ଶ୍ଳୋଗାନ ଦେଇଥିଲେ ।ପ୍ରତିଦିନ ଯୋଗ କରିବା ପାଇଁ ସଚେତନ ସହ ସମସ୍ତେ ଶପଥ ପାଠ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.