ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ; ଥାନାରେ ଏତଲା।

0 251

ପୋଲସରା,୧୬/୦୬ (ପିପିଟି) :ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୋଲସରା ଥାନା ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମ ର ପଣ୍ଡି ବେହେରା ଙ୍କୁ ସେହି ଗ୍ରାମର ପଞ୍ଚୁ ବେହେରା ଓ ତାଙ୍କ ପରିବାର ର ଅନ୍ୟ ମାନେ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଉଛି। ପଣ୍ଡି ବେହେରା ଙ୍କ ପୁଅ ଅରୁଣ କୁମାର ବେହେରା ପୋଲସରା ଥାନାରେ ଦେଇଥିବା ଏତଲା ଅନୁଯାୟୀ ପଞ୍ଚୁ ବେହେରା , ବୁଲୁ ବେହେରା , ସୁକାନ୍ତି ବେହେରା ଓ କୁନି ବେହେରା ଦୀର୍ଘ ଦିନ ହେଲା ତାଙ୍କ ବାପାଙ୍କୁ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହିତ ସହିତ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଚଳିତ ମାସ ୧୨ ତାରିଖ ଦିନ ପଣ୍ଡି ବେହେରା ଜମି କାମ ସାରି ସାଇକେଲ ରେ ଘରକୁ ଫେରିବା ସମୟରେ ପଞ୍ଚୁ ବେହେରା ଗୋଟିଏ କାତି ରେ ତାଙ୍କ ର ମୁଣ୍ଡ ଓ ଗୋଟିଏ ହାତକୁ ହାଣି ଦେଇଥିଲେ। ସେହି ସମୟରେ ସେଠାରେ ବୁଲୁ ବେହେରା , ସୁକାନ୍ତି ବେହେରା ଓ କୁନି ବେହେରା ମଧ୍ୟ ଉପସ୍ଥିତ ଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଞ୍ଚୁ ବେହେରା ଓ ତାଙ୍କ ପରିବାର ଅନ୍ୟ ମାନେ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅରୁଣ ଏତଲା ରେ ଅଭିଯୋଗ କରିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.