ହରଭଙ୍ଗା ବ୍ଲକରେ ଜିଲ୍ଲାପାଳଙ୍କ ଜଣାଶୁଣାଣି କାର୍ଯ୍ୟକ୍ରମ ।

0 211

ବୌଦ୍ଧ,୧୩/୦୫: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସ.ପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ମାତ୍ର ୫୩ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥିରୁ ୪୬ ଟି ବ୍ୟକ୍ତିଗତ ୦୭ ଟି ସାମୁହିକ ଅଭିଯୋଗ ରହିଥିଲା। ସେଥିରୁ ଜିଲ୍ଲାପାଳ ୩୬ଟି ଅଭିଯୋଗର ଶୁଣାଣି କରି ସେଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରେଡ଼କ୍ରସ ପାଣ୍ଠିରୁ ଦୁଇଜଣଙ୍କୁ ୩୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଏସ.ଡି.ପି.ଓ ସିଦ୍ଧାର୍ଥ ରାୟ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ କୁମାର ବଣୁଆ, ବୌଦ୍ଧ ସି.ଡି.ଏମ.ଓ ଡାକ୍ତର ମଦନ ମୋହନ ପ୍ରଧାନଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.