ମାଲକାନଗିରି,୧୩/୦୫(ପିପିଟି) :ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁପାଗୁଡା ଗ୍ରାମ ତିନି ଜଣ ଶାଳକଙ୍କୁ ନିଜର ଭିଣୋଇ ଶୋଇଥିଲା ଅବସ୍ଥାରେ ଅତିନିର୍ମମ ଭାବରେ ଖଣ୍ଡା କାତିରେ ହାଣି ହତ୍ୟା କରିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚା ବିଷୟ ହୋଇଛି। ମୃତକ ତିନି ଜଣ ହେଲେ କ୍ରିଷ୍ଣା ଖେମୁଣ୍ଡୁ, କୁଞ୍ଜ ଖେମୁଣ୍ଡୁ ଓ ରାଜୁ ଖେମୁଣ୍ଡୁ।ମିଳିଥିବା ତଥ୍ୟ ଅନୁସାରେ ଏହି ତିନି ଜଣ ଶାଳକ ଆନ୍ଧ୍ର ପ୍ରଦେଶର ସିଲେରୁ ଗାଁକୁ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲା ବେଳେ ଭିଣୋଇ ଘେନୁ ହେନ୍ତାଳ ସହିତ ଦନି ବେଳେ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ଭିଣୋଇ ଘେନୁ ହେନ୍ତାଳ ମଦ୍ଯ ପାନ କରି ଭଉଣୀକୁ ସଦା ସର୍ବଦା ମାରପିଟ୍ କାହିଁକି କରୁଛ ବୋଲି ଶାଳକମାନେ ତାଗିଦ କରିଥିଲେ। ରାତିରେ ଶାଳକ ତିନି ଜଣ ଶୋଇଥିଲା ବେଳେ ଭିଣୋଇ ମଦ ନିଶାରେ ତିନି ଜଣଙ୍କୁ ଖଣ୍ଡା ରାତିରେ ନିର୍ମମ ଭାବେ ହତ୍ଯା କରି ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ କ୍ରିଷ୍ଣା ଓ କୁଞ୍ଜ ଦୁଇ ଭାଇ ମୃତ୍ୟୁ ବରଣ କରିଥିଲା ବେଳେ ମୁର୍ମୁଷୁ ଅବସ୍ଥାରେ ରାଜୁ ଙ୍କୁ ବିଶାଖାପାଟଣାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ରାଜୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ୩ ଜଣ ଶାଳକଙ୍କ ଶବ କୁପାଗୁଡା ଗ୍ରାମ କୁ ଆସିନଥିବା ଜଣା ପଡ଼ିଛି। ବର୍ତ୍ତମାନ ମୃତକଙ୍କ ପରିବାର ମଧ୍ୟରେ ଶୋକରେ ଛାୟା ଖେଳି ଯାଇଥିବା ବେଳେ ଗାଁ ର ମଧ୍ୟ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ଆନ୍ଧ୍ର ପୋଲିସ ଏ ପର୍ଯ୍ୟନ୍ତ ଆସାମୀକୁ ଗିରଫ କରିନଥିଲା ବେଳେ ହତ୍ୟାକାରୀକୁ କଠୋରରୁ ଅତି କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ପରିବାର ପକ୍ଷରୁ ଦୃଢ଼ ଦାବି ହୋଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)