ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ନୂତନ ସଭାପତି ଚିଦାନନ୍ଦ ।

0 345

ଭଞ୍ଜନଗର, ୨୭/୦୪(ପିପିଟି):ଭେଜିପୁଟ ସ୍ଥିତ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହରେ ସମାଜର ସାମ୍ବିଧାନିକ ବୈଠକ ସଭାପତି ବିଭୁତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପ୍ରାକ୍ତନ ସଭାପତି ବିଜୟାନନ୍ଦ ବିଷୋୟୀ କୁଳଦେବତା ବିଶ୍ୱରୂପୀ ଭଗବାନଙ୍କୁ ପୂଜାର୍ଚନା କରି ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ସଭାପତି ସନ୍ତୋଷ କୁମାର ଜେନା, ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ନିରଞ୍ଜନ ସାହୁ,ସୁବଳ ଚନ୍ଦ୍ର ଭୂୟାଁଙ୍କ ସମେତ କିଛି କର୍ମକର୍ତ୍ତା ଯୋଗଦେଇ ସମାଜ ସଙ୍ଗଠନ, ଶିକ୍ଷା, କୃଷି, ବାଲ୍ୟ ବିବାହ ସଚେତନତା, ସମାଜର ସାମ୍ବିଧାନିକ ନୀତି, ନୀୟମ ଉପରେ ଆଲୋଚନା କରିଥିଲେ । ନିୟମାନୁଯାୟୀ କମିଟିର କାର୍ଯ୍ୟକlଳ ସମାପ୍ତି ହୋଇଯାଇଥିବା ଯୋଗୁଁ ଏକ ପନ୍ଦର ଜଣିଆ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଚିଦାନନ୍ଦ ସ୍ୱାଇଁ, ସମ୍ପାଦକ ଭାବେ ସନ୍ତୋଷ କୁମାର ଜେନା, ଉପସଭାପତି ପ୍ରମୋଦ କୁମାର ବିଷୋୟୀ, ସହସଂପାଦକ ଭାବେ ବିଶ୍ୱନାଥ ସ୍ୱାଇଁ, ଅଭିମନ୍ୟୁ ବିଷୋୟୀ, ହରିହର ନାୟକ ଓ ଉପଦେଷ୍ଟା ଭାବେ ବିଭୁତିଭୂଷଣ ଜେନା, ଗଙ୍ଗାଧର ନାୟକ ଙ୍କୁ ମନୋନୀତ କରାଯାଇଥିଲା lଅଞ୍ଚଳ ସଭାପତି ଜଗବନ୍ଧୁ ଜେନା ନବଗଠିତ କମିଟି ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କୁ କୁଳଦେବତା ବିଶ୍ୱମୂର୍ତ୍ତି ଆଗରେ ଶପଥ ପାଠ କରାଇଥିଲେ । ବିଦାୟୀ କମିଟିଙ୍କୁ ଗ୍ରାମବାସୀଙ୍କ ତରଫରୁ ପ୍ରଶଂସା ପତ୍ର ସହ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏଥିସହ ସମାଜ ସଙ୍ଗଠନଙ୍କୁ ସୁଦୃଢ କରି ଜାତିର ସେବା, ସହଯୋଗ ଓ ଶୃଙ୍ଖଳିତ ଆଚରଣ ପାଇଁ ପ୍ରାକ୍ତନ ସଭାପତି ବିଜୟା ନନ୍ଦ ବିଷୋୟୀ, ପର୍ଶୁରାମ ତାରିଣୀ, ଚିଦାନନ୍ଦ ସ୍ୱାଇଁ, ଅରୁଣ କୁମାର ନାୟକ ଓ ନଟବର ଭୂୟାଁ ଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧିତକରାଯାଇଥିଲା । ଏହି ଅବସରରେ ଗ୍ରାମ କମିଟି ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଗ୍ରାମର ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.