ବଜ୍ରାଘାତରେ ଯୁବକର ମୃତ୍ୟୁ।

0 862

ଭଞ୍ଜନଗର, ୧୨/୦୪(ପିପିଟି):ଶନିବାର ଅପରାହ୍ନ ସମୟରେ ବଜ୍ରପାତ ଘଟି ଜଣେ ଗାଈ ଚରାଳିର ମୃତ୍ୟୁ ଘଟିଛି। ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ରତ୍ନ ପୁର ଗ୍ରାମର ରବୀନ୍ଦ୍ର ନାଥ ଗୌଡ଼(୩୩)ବର୍ଷ ଆଜି ଗାଈ ଗୋଠ ଗ୍ରାମ ନିକଟରେ ଚରାଉଥିବା ବେଳେ ହାଠାତ୍ ପ୍ରବଳ ବଜ୍ରପାତ ଘଟିଥିଲା।ଫଳରେ ରବୀନ୍ଦ୍ର ଗୁରୁତର ଅବସ୍ଥାରେ ବିଲ ମଝିରେ ପଡ଼ିଯାଇ ଥିଲେ।ଏହାର ପ୍ରଭାବରେ ତାର ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ରବୀନ୍ଦ୍ର ଜଣେ ଗରୀବ ଶ୍ରେଣୀର ଯୁବକ ହୋଇଥିବାରୁ ତୁରନ୍ତ ତାର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ରିପୋର୍ଟ- ଜେ.କେ ପଟ୍ଟନାୟକ/ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.